ଭୂମିକମ୍ପ ଝଟକାରେ ଥରିଲା ଲଦାଖ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୂମିକମ୍ପ ଝଟକାରେ ଥରିଲା ଲଦାଖ । ମଙ୍ଗଳବାର ସକାଳୁ ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଏବଂ ଜମ୍ମୁ କଶ୍ମୀରରେ ୩.୭ ରେକର୍ଡ଼ କରାଯାଇଛି।

ଏ ନେଇ ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଫକ୍ଷରୁ ସୂଚନା ଦିଆଯାଇଛି ।ବୁଧବାର ଭୋର ପ୍ରାୟ ୪ଟା ୩୩ ମିନିଟରେ ଏବଂ ଜାମ୍ମୁ କାଶ୍ମୀରରେ ରାତି ୧ଟା ୧୦ ମିନିଟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସୂଚନା ମୁତାବକ, ଆଜି ଭୋର୍ ୪ଟା ୩୩ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଭୋର୍ ସମୟ ହୋଇଥିବାରୁ ଲୋକମାନେ ଘରେ ଶୋଇଥିଲେ । ଶୋଇବା ଅବସ୍ଥାରେ ଭୂମିକମ୍ପ ଝଟକା ଲାଗିବା ପରେ ଲୋକେ ଖୁବ୍ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । NCS ପକ୍ଷରୁ କୁହାଯାଇଛି ଯେ, ଲଦ୍ଦାଖରେ ଭୂକମ୍ପ ଝଟକା ପୂର୍ବରୁ ଜମ୍ମୁ କାଶ୍ମୀରର କିସ୍ତୱାର ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ମଧ୍ୟରାତ୍ରି ୧ଟା ୧୦ ମିନିଟରେ ଏହି ଝଟକା ଲାଗିଥିଲା ।

ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୭ ରେକର୍ଡ ହୋଇଥିଲା ।ଚଳିତ ବର୍ଷ ଆରମ୍ଭରୁ ଅନେକ ବଡ ବଡ ଭୂମିକମ୍ପ ଦେଖିଛି ବିଶ୍ୱ । ନିୟମିତ ବ୍ୟବଧାନରେ କେଉଁଠି ନା କେଉଁଠି ଭୂକମ୍ପ ହେଉଛି । କିଛି ଦିନ ତଳେ ଚୀନର ଗାଂସୁ ପ୍ରଦେଶରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା । ୬.୨ ତୀବ୍ରତାର ଏହି ଶକ୍ତିଶାଳୀ ଭୂକମ୍ପ ଗାଂସୁରେ ମୃତ୍ୟୁର ବିଭୀଷିକା ରଚିଥିଲା । ଏଥିରେ ୧୧୫ରୁ ଅଧିକ ଲୋକଙ୍କ ଜୀବନ ହାନି ଘଟିଥିବା ବେଳେ ୨୦୦ ଲୋକେ ଆହତ ହୋଇଥିଲେ । ହଜାର ହଜାର ବଡ଼ ବଡ଼ ଅଟ୍ଟାଳିକା ମାଟିରେ ମିଶି ଯାଇଥିଲା ।

Leave A Reply

Your email address will not be published.