ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପବିତ୍ର ମାଘ ସପ୍ତମୀ। ବଡ଼ି ଭୋରରୁ ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗା ତ୍ରୀର୍ଥରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ । କିମ୍ବଦନ୍ତୀ ଓ ପୌରାଣିକ ମତ ଅନୁଯାୟୀ ବାରେଣୀ ବୁଡରେ ଚନ୍ଦ୍ରଭାଗା ତ୍ରୀର୍ଥରେ ବୁଡ ପକାଇଲେ ଶରୀର ଆରୋଗ୍ୟ ରହିବା ସହ ପରିବାରର ମଙ୍ଗଳ ହେବ ବୋଲି ରହିଛି ବିଶ୍ୱାସ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।
ପୌରାଣିକ ମତ ଅନୁସାରେ, ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ। ଏଥିସହ ମାଘ ସପ୍ତମୀରେ ଲାଙ୍ଗୁଳା ନରସିଂହ ଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ। ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାବଲମ୍ବୀ ମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଥାନ୍ତି। ଚନ୍ଦ୍ରଭାଗା ମେଳାପଡିଆ ଓ ତ୍ରୀର୍ଥ ପୁଷ୍କରିଣୀରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମେଳାପଡ଼ିଆ ବ୍ୟାରିକେଡରେ ଧାଡିରେ ଠିଆହୋଇ ବୁଡ଼ ପକାଇବା ପାଇଁ ଅପେକ୍ଷା କରିଥିଲେ। ବାବା ତ୍ରୀବେଣୀଶ୍ୱର, ଦକ୍ଷିଣେଶ୍ବର ଓ ଐଶାନେଶ୍ୱର ରାତ୍ର ୧୦ଟା ୩୦ରେ ମନ୍ଦିରରୁ ବାହାରି ଘଣ୍ଟା ଘଣ୍ଟ, ନାଗା କାଳିକା, ଘୋଢାନାଚ ମାଧ୍ୟମରେ କୋଣାର୍କ NACରେ ରାତି ୧୨ଟା୩୦ ପହଞ୍ଚିବା ପରେ ସେଠାରେ ଭୋଗ ଖାଇ ଚନ୍ଦ୍ରଭାଗା ଅଭିମୁଖେ ବାହାରି ଥିଲେ ।
ଭୋର୍ ୪ଟା ୩୪ ମିନିଟ୍ ସମୟରେ ତିନିଠାକୁରଙ୍କ ରୀତିନୀତି ଅନୁସାରେ ସ୍ନାନ କରାଯିବା ପରେ ଅପେକ୍ଷା ରତ ସାଧୁସନ୍ଥମାନେ ସ୍ନାନ କରିଥିଲେ । ପରେ ସାଧୁସନ୍ଥଙ୍କ ଦ୍ୱାରା ମଙ୍ଗଳ ଆଳତୀ କରାଯାଇଥିଲା ତିନି ଠାକୁରଙ୍କ ପୂଜାର୍ଚନା ପରେ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇଥିଲେ ।ଏପଟେ ମାଘ ବୁଡ଼ରେ ଶ୍ରଦ୍ଧାଳୁ ମାନେ ସୁକୁଆ ଡଲାମ ମାଟି ହାଣ୍ଡିରେ ଖାଇ ହାଣ୍ଡିଟିକୁ ହାଣ୍ଡି ଭଙ୍ଗା ପୋଖରୀ ରେ ଭାଙ୍ଗି ବୁଡ଼ ପକାଇ ବାର ପରମ୍ପରା ଥିବାରୁ ମେଳା ପଡିଆରେ ଅନେକ ଜାଗାରେ ଆମିଷ ଓ ସାଧା ରୋଷେଇ କରିଥିଲେ ଶ୍ରଦ୍ଧାଳୁ । ଏବର୍ଷ ମାଘବୁଡ଼ ପାଇଁ ପ୍ରଶାସନିକ ତରପରୁ ବ୍ୟାପକ ଵେବସ୍ତା କରଯାଇଥିଲା ।