ଲାକ୍ଷାଦ୍ବୀପ ଛୋଟ ହୋଇପାରେ କିନ୍ତୁ ଏହାର ହୃଦୟ ବହୁତ ବଡ଼

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  “ଲାକ୍ଷାଦ୍ବୀପ ଛୋଟ ହୋଇପାରେ କିନ୍ତୁ ଏହାର ହୃଦୟ ବହୁତ ବଡ଼ | ଆଜି ଲାକ୍ଷାଦ୍ବୀପ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦି। କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ବୀପରେ 1,156 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସ୍ବାଧୀନତା ପରେ ଦୀର୍ଘଦିନ ଧରି ଦେଶରେ ଯେଉଁ ସରକାର କ୍ଷମତାରେ ରହିଛି, ସେହି ଦଳର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିକାଶ । ଜନସଭାକୁ ସମ୍ବୋଧିତ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମ ସରକାର ଦ୍ବୀପ ଏହଂ ସୀମାନ୍ତ ଅଞ୍ଚଳର ମଧ୍ୟ ବିକାଶ କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି ସମ୍ବୋଧିତ କରି ଆହୁରି ମଧ୍ୟ କହିଛନ୍ତି, “ହଜ୍ ତୀର୍ଥ ଯାତ୍ରୀଙ୍କ ସୁବିଧା ପାଇଁ ସରକାର କରୁଥିବା ଉଦ୍ୟମରୁ ଲାକ୍ଷାଦ୍ବୀପବାସୀ ମଧ୍ୟ ଉପକୃତ ହୋଇଛନ୍ତି। ହଜ ଯାତ୍ରୀଙ୍କ ପାଇଁ ଭିସା ନିୟମକୁ ମଧ୍ୟ ସରଳ କରାଯାଇଛି। ହଜ୍ ସହିତ ଜଡିତ ଅଧିକାଂଶ କାର୍ଯ୍ୟ ବର୍ତ୍ତମାନ ଡିଜିଟାଲରେ ହେଉଛି। ଏହି ସମସ୍ତ ପ୍ରୟାସ ପାଇଁ ଉମ୍ରାହ ଯାଉଥିବା ଯାତ୍ରୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଲାକ୍ଷାଦ୍ବୀପ ଛୋଟ ହୋଇପାରେ କିନ୍ତୁ ଏହାର ହୃଦୟ ବହୁତ ବଡ଼। ଏଠାରୁ ମିଳୁଥିବା ପ୍ରେମ ଏବଂ ଆଶୀର୍ବାଦରେ ମୁଁ ଅଭିଭୂତ ହୋଇଯାଇଛି। ମୁଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ସ୍ବାଧୀନତା ପରେ ଦଶନ୍ଧି ଧରି କେନ୍ଦ୍ରରେ ରହିଥିବା ସରକାରଙ୍କ ଏକମାତ୍ର ପ୍ରାଥମିକତା ହେଛି ରାଜନୈତିକ ଦଳ ଦ୍ବାରା ଦେଶର ବିକାଶ କରିବା । ଗତ 10 ବର୍ଷ ଧରି ଆମ ସରକାର ସୀମାନ୍ତ ଅଞ୍ଚଳ ଏବଂ ଦ୍ବୀପାଞ୍ଚଳକୁ ଗୁରୁତ୍ବ ଦେଇଛନ୍ତି। “

Leave A Reply

Your email address will not be published.