ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାର୍ଗଶିର ତୃତୀୟ ଗୁରୁବାର କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଗଡିଛି । ଏହାର ଶୁଭାରମ୍ଭ ସମାରୋହ ଲାଣ୍ଡିଗୁଡ଼ା ସ୍ଥିତ ସରକାରୀ କଲେଜ ପଡିଆରେ ଆୟୋଜନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି । ଆଜିଠୁ କୋରାପୁଟ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ ।
ଭିଡିଓ କନଫରେନ୍ସିଂରେ ଜିଲ୍ଲାରେ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟ ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୫୦ଟି ରୁଟରେ ୪୫ଟି ଲକ୍ଷ୍ମୀ ବସ୍ ଚଳାଚଳ କରିବ। ପ୍ରଥମ ପର୍ଯ୍ୟାରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଚଳାଚଳ ପାଇଁ ଯୋଜନା ରଖିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ଗ୍ରାମାଞ୍ଚଳରେ ପରିବହନ ସେବାକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୩ହଜାର ୧୭୮ କୋଟି ଟଙ୍କା।
ଲକ୍ଷ୍ମୀ ବସ୍ ସେବା ଦ୍ବାରା ଗ୍ରାମାଞ୍ଚଳ ଦିନ ମଜୁରିଆ, କର୍ମଜୀବୀ ମହିଳା, ଛାତ୍ରଛାତ୍ରୀ ଏବଂ ଚାଷୀମାନେ ବେଶ ଉପକୃତ ହେବେ । ଶୁକ୍ରବାର କୋରାପୁଟରେ ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ପରିବହନ ପ୍ରମୁଖ ଶାସନ ସଚିବ ଉଷା ପାଢୀ ଯୋଗ ଦେଇଥିଲେ ।ଲକ୍ଷ୍ମୀ ବସ୍ ଶୁଭାରମ୍ଭ କାର୍ଯ୍ୟକ୍ରମ ସଫଳ କରିବା ନିମନ୍ତେ ଜିଲ୍ଲାପାଳଙ୍କ ସହ ବରିଷ୍ଠ ଅଧିକାରୀ ତଦାରଖ କରିଥିଲେ । ଜିଲ୍ଲାରେ ଲକ୍ଷ୍ମୀ ବସ୍ ଶୁଭାରମ୍ଭ ପରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକେ ହେବେ ଉପକୃତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୋରାପୁଟ ବିଧାୟକ ଧନ୍ୟବାଦ ଦେଇଛନ୍ତି ।