ଲାଲୁ ପ୍ରସାଦ ଓ ତାଙ୍କର ଦୁଇ ପୁଅଙ୍କୁ ମିଳିଲା ଜାମିନ୍‌

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆର୍‌ଜେଡି ସୁପ୍ରିମୋ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ମିଳିଲା ବଡ଼ ଆଶ୍ୱସ୍ତି। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କ ପରିବାରକୁ ମିଳିଛି ଜାମିନ। ଲାଲୁ ପ୍ରସାଦ ଯାଦବ, ତେଜସ୍ୱୀ ଯାଦବ ଓ ତେଜ୍‌ ପ୍ରତାପ ଯାଦବଙ୍କ ସମେତ ୯ ଜଣଙ୍କୁ ଦିଲ୍ଲୀ ରାଉସ୍‌ ଆଭେନ୍ୟୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ସୂଚନା ମୁତାବକ, ସ୍ୱତନ୍ତ୍ର ଜଜ୍ ବିଶାଲ ଗୋଗେନ୍ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ବଣ୍ଡରେ ଜାମିନ ପ୍ରଦାନ କରିଥିବା ସୂଚନା ରହିଛି। ତେବେ ଆମେ ଏଠାରେ ଜଣାଇ ଦେଉଛୁ ଯେ ମାମଲାର ତଦନ୍ତ ବେଳେ ସେମାନଙ୍କୁ ଗିରଫ କରାଯାଇନଥିଲା। ସେମାନଙ୍କ ବିରୋଧରେ ଏକ ସପ୍ଲିମେଣ୍ଟାରି ଚାର୍ଜସିଟ୍ ଆଧାରରେ ପୂର୍ବରୁ ସେମାନଙ୍କୁ ସମନ ଜାରି କରାଯିବା ପରେ ଅଭିଯୁକ୍ତମାନେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ଅଗଷ୍ଟ ୬ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡା ଦ୍ବାରା ଚୂଡ଼ାନ୍ତ ରିପୋର୍ଟ କୋର୍ଟରେ ଦାଖଲ କରାଯାଇଥିଲା। ଏହି ତିନି ଅଭିଯୁକ୍ତଙ୍କୁ ସେମାନଙ୍କ ପାସପୋର୍ଟ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୫ ତାରିଖକୁ ସ୍ଥଗିତ ରଖିଛନ୍ତି ନିର୍ଦ୍ଦେଶାଳୟ।

ବିନା ଅନୁମତିରେ କେହି ଦେଶ ବାହାରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସମସ୍ତଙ୍କୁ ଚାର୍ଜଶିଟର ଏକ କପି ଦେବାକୁ କୁହାଯାଇଛି। ଏହି ମାମଲାରେ ତେଜ ପ୍ରତାପ ଯାଦବ ପ୍ରଥମ ଥର ପାଇଁ କୋର୍ଟରେ ହାଜର ହୋଇଥିଲେ। ଅଗଷ୍ଟ ୬ରେ ଅଭିଯୁକ୍ତଙ୍କ ବିରୋଧରେ ଇଡି ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଥିଲା। ଏହି ମାମଲାରେ ଇଡି ଦ୍ୱାରା ଦାଖଲ ହୋଇଥିବା ଚାର୍ଜଶିଟରେ ୧୧ ଜଣ ଅଭିଯୁକ୍ତଙ୍କ ନାମ ଥିଲା। ସେଥିମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ କୋର୍ଟ ଇଡ଼ି କହିଥିଲା ଯେ ଲାଲୁଙ୍କ ବଡ଼ ପୁଅ ମଧ୍ୟ ଏହି ସ୍କାମରେ ଜଡିତ ଥିବା ଜଣାପଡିଛି। ଏଥିପାଇଁ ତାଙ୍କ ପ୍ରଥମ ଥର ହାଜର ହେବାକୁ ସମନ ଜାରି କରାଯାଇଥିଲା।

Leave A Reply

Your email address will not be published.