ଲଣ୍ଡମାଇନ ବିସ୍ଫୋରଣରେ ରେଲୱେ କର୍ମଚାରୀ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଝାଡ଼ଖଣ୍ଡ ସୀମାରେ IED ବ୍ଲାଷ୍ଟ ଘଟଣା।ବିସ୍ଫୋରଣରେ କି-ମ୍ୟାନ୍ ଇଟୁଆ ଓରାମଙ୍କ ମୃତ୍ୟୁ।ଭାରତୀୟ ରେଳରେ କାର୍ଯ୍ୟରତ ଥିଲେ ଇଟୁଆ ଓରାମ।ଇଟୁଆଙ୍କୁ ପରିବାରବର୍ଗଙ୍କୁ ୧୦ ଲକ୍ଷ ସହାୟତା ରାଶି ଘୋଷଣା।ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ ‘ଏକ୍ସ’ରେ ଲେଖିଛନ୍ତି, ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଭାରତୀୟ ରେଳରେ କାର୍ଯ୍ୟରତ କି-ମ୍ୟାନ୍‌ ଜଟୁଆ ଓରାମଙ୍କ ପ୍ରାଣହାନି ସମ୍ପର୍କରେ ଜାଣି ମୁଁ ବହୁତ ଦୁଃଖିତ। ତାଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି। ମୃତକଙ୍କ ପରିବାରର ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ।

Leave A Reply

Your email address will not be published.