କଟକରେ ତିନ ଦଳର ମେୟର ପ୍ରାର୍ଥୀଙ୍କୁ ଚେକ୍ ଦେବା ପାଇଁ ମୈଦାନରେ ଲଢୁଛନ୍ତି ଲଣ୍ଡନ ଫେରନ୍ତା ଡାକ୍ତର

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ପୌର ନିର୍ବାଚନ ସମୟ ଯେତିକି  ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଉଛି। କଟକ ସହର ଏବେ ଶାସକ ଦଳ ପାଇଁ ସମ୍ମାନର ପ୍ରଶ୍ନ ପାଲଟି ଯାଇଛି। ମନ୍ତ୍ରୀ ପ୍ରତାପ ଜେନା, ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଦଳର ପ୍ରାର୍ଥୀ ମାନଙ୍କୁ ଧରି ବିଭିନ୍ନ ୱାର୍ଡରେ ବିରାଟ ବିରାଟ ଶୋଭାଯାତ୍ରା କରିଛନ୍ତି।

ଭାଇଚାରାର ସହର କଟକ ସହରରେ ରାଜନୀତି ଭିନ୍ନ ଧରଣର ହୋଇଥାଏ । ଆଗାମୀ ୨୪ ତାରିଖରେ ହେବାକୁ ଥିବା କଟକ ମହାନଗର ନିଗମର ମେୟର ପଦବୀ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଜଣେ ଡାକ୍ତର। ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର ଜଣେ ଲଣ୍ଡନ ଫେରନ୍ତା ଡାକ୍ତର । ଚାରି ପିଢ଼ିର ଡାକ୍ତର ପରିବାରର ଏହି ମେୟର ପ୍ରାର୍ଥୀଙ୍କ ଆଗେଇ ଆସିଛନ୍ତି କଟକର ମେୟର ହୋଇ କଟକ ବାସୀଙ୍କୁ ସେବା ଯୋଗାଇ ଦେବା ପାଇଁ। ପୂର୍ବରୁ ସିଧାସଳଖ ମେୟର ନିର୍ବାଚନ ହେଉ ନ ଥିଲା। କର୍ପୋରେଟର ମାନେ ପରୋକ୍ଷରେ ମେୟର ବାଛୁ ଥିଲେ। ଯେହେତୁ ସିଧାସଳଖ ମେୟର ନିର୍ବାଚନ ହେଉଛି, ତେଣୁ ମେୟର ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର। କଟକ ସହର ପାଇଁ ଅନେକ ସ୍ୱପ୍ନ ସେ ଦେଖିଛନ୍ତି। ଉଚ୍ଚ ଶିକ୍ଷିତ ଲୋକ ରାଜନୀତିକୁ ଆସିଲେ ଦୃଶ୍ୟପଟ ପରିବର୍ତ୍ତନ ହେବ ବୋଲି ତାଙ୍କର ମତ। କଟକ କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସପକ୍ଷରେ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି।

Leave A Reply

Your email address will not be published.