କେଦାରନାଥରେ ଭୂସ୍ଖଳନ, ୧୩ ପୋତି ହୋଇ ରହିଥିବା ଆଶଙ୍କା

0

ଓଡିଆ ନ୍ୟୁଜ (ବ୍ୟୁରୋ) : କେଦାରନାଥ ପୀଠରେ ଏକ ବଡ ଧରଣର ଅଘଟଣ ଘଟିଛି । ଭୟଙ୍କର ଭୂସ୍ଖଳନରେ ୧୩ଜଣ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି । ଗୁରୁବାର ରାତିରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଦେଇ ଯାଇଥିବା କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ ହେବାରୁ ପ୍ରାୟ ୧୩ଜଣ ଯାତ୍ରୀ ପୋତି ହୋଇପଡ଼ିଥିବା ଆଶଙ୍କା କରାଯାଉଛି ବୋଲି ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ସୂଚନା ଅନୁସାରେ ଗତରାତିରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ଆସିଥିବା ଆକସ୍ମିକ ବନ୍ୟା କାରଣରୁ ଭୂସ୍ଖଳନ ଘଟିବା ସହିତ ଗୌରୀକୁଣ୍ଡ ନିକଟରେ ୩ଟି ଦୋକାନ ନଷ୍ଟ ହୋଇଯାଇଛି ଓ ଆଉ କେତୋଟି ଦୋକାନ ଭାସି ଯାଇଛି। ଘଟଣାସ୍ଥଳରେ ‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌ ଫୋର୍ସ’ (ଏନ୍‌ଡିଆର୍‌ଏଫ୍‌) ଏବଂ ‘ଷ୍ଟେଟ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌ ଫୋର୍ସ’ (ଏସ୍‌ଡିଆର୍‌ଏଫ୍‌) ଟିମ୍‌ ରିଲିଫ୍‌ ଓ ଉଦ୍ଧାର କାର୍ୟ୍ୟ ଚଳାଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଅବିଶ୍ରାନ୍ତ ବର୍ଷା ସଙ୍ଗକୁ ପାହାଡ଼ ଉପରୁ ପଥରଖଣ୍ଡମାନ ଗଡ଼ି ଆସୁଥିବାରୁ ରିଲିଫ୍‌ ଓ ଉଦ୍ଧାର କାର୍ୟ୍ୟରେ ବାଧା ସୃଷ୍ଟି ହେଉଛି ବୋଲି ‘ସର୍କଲ୍‌ ଅଫିସର୍‌ଦ ବିମଳ ରାୱତ୍‌ ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇଦକୁ କହିଛନ୍ତି । କିଛି ନେପାଳୀ ବ୍ୟକ୍ତିଙ୍କ ସମେତ ନିଖୋଜ ହୋଇଯାଇଥିବା ବ୍ୟକ୍ତିମାନଙ୍କ ବିଷୟରେ ସୂଚନା ସଂଗ୍ରହ କରାଯାଉଥିବା କଥା ସେ କହିଛନ୍ତି। କେତେ ଜଣ ନିଖୋଜ ବ୍ୟକ୍ତିଙ୍କ ନାଁ ମଧ୍ୟ ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.