ଓଡ଼ିଆ ନ୍ୟୁଜ୍: କୋରାପୁଟ-ଜୟପୁର ରେଳପଥରେ ଭୂସ୍ଖଳନ।ଜରଟି-ମାଳୀଗୁଡ଼ା ଷ୍ଟେସନ ମଝିରେ ଧସିଲା ମାଟି ଅତଡ଼ା।ରେଳ ଚଳାଚଳ ବାଧାପ୍ରାପ୍ତ, କୌଣସି କ୍ଷୟକ୍ଷତି ହୋଇନାହିଁ।ଜଗଦଲପୁରରୁ ଆସୁଥିବା ୨ଟି ଯାତ୍ରୀବାହୀ ଟ୍ରେନ ବାତିଲ।ରାଉରକେଲା ଇଣ୍ଟରସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ ବାତିଲ ଜୟପୁର ରେଳଧାରଣାର ମାଳିଗୁଡା-ଜରଟି ଷ୍ଟେସନ ମଧ୍ୟରେ ଭୂସ୍ଖଳନ ପରେ ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ପକ୍ଷରୁ ୩ଟି ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି। ଅଘଟଣ ପାଇଁ ୧୨ ଗୋଟି ଟ୍ରେନର ଗତିପଥର ସ୍ଥାନ ପରିବର୍ତ୍ତନ (ସର୍ଟ ଟେରମିନେସନ୍) କରାଯାଇଛି।
ଆଜି ପାଇଁ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ, କିରଣ୍ଡୁଲରୁ ବାହରିବାକୁ ଥିବା କିରାଣ୍ଡୁଲ-ବିଶାଖାପାଟଣା ଟ୍ରେନକୁ ବାତିଲ କରାଯାଇଛି। ସେହିପରି ଭାବେ ଆସନ୍ତାକାଲି ବାହାରିବାକୁ ଥିବା ଭୁବନେଶ୍ବରରୁ ଜଗଦଲପୁର ଆସିବାକୁ ଥିବା ହରରାଖଣ୍ଡ ଏକ୍ସପ୍ରେସକୁ ବାତିଲ କରାଯାଇଛି।ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଟ୍ରେନ୍ଲାଇନ୍ ଉପରେ ମାଟି ଅତଡ଼ା ଖସିବା କାରଣରୁ ୧୨ ଗୋଟି ଟ୍ରେନର ଗନ୍ତବ୍ୟ ସ୍ଥଳର ପରିବର୍ତ୍ତନ କରାଯାଇଛି। ଆଜି ବିଶାଖାପାଟଣାରୁ କିରଣ୍ଡୁଲ ଯିବାକୁ ଥିବା ଟ୍ରେନ କୋରାପୁଟ ଷ୍ଟେସନ ପର୍ଯ୍ୟନ୍ତ ଆସିବ। ସେିହପରି ଭାବେ ଆସନ୍ତା ୩ ତାରିଖରେ କିରଣ୍ଡୁଲରୁ ବିଶାଖାପାଟଣା ଯିବାକୁ ଥିବା ରାତି ଏକ୍ସପ୍ରେସ କୋରାପୁଟରୁ ଛାଡ଼ିବ।