ଓଡ଼ିଆ ନ୍ୟୁଜ୍: ପାରଳାଖେମୁଣ୍ଡିରେ ମୋନ୍ଥା ପ୍ରଭାବ: ଲଗାଣ ବର୍ଷାରେ ଧସିଲା ପାହାଡ଼।କାଶୀନଗର ପାର୍ତ୍ତଡ଼ା ପଞ୍ଚାୟତ ଲିଙ୍ଗା-ବାରଭା ରାସ୍ତାରେ ଧସିଲା।ବଡ଼ ବଡ଼ ପଥର ପଡ଼ି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ। ପ୍ରଶାସନ ପକ୍ଷରୁ ରାସ୍ତା ସଫେଇ କାମ ଆରମ୍ଭ। ବାତ୍ୟା ‘ମୋନ୍ଥା’କୁ ନେଇ ପ୍ରଶାସନ ପକ୍ଷରୁ ସଜାଗ । ବାତ୍ୟା ‘ମୋନ୍ଥା’କୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ମୋଟ୍ ୨୦୩ ଜଣ ଗର୍ଭବତୀ ମହିଳା ଚିହ୍ନଟ ହୋଇଥିବା ବେଳେ ୧୬୦ ଜଣଙ୍କୁ ମା’ଗୃହ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ।
ସେହିପରି ବିଭିନ୍ନ ଅଶ୍ରୟସ୍ଥଳୀରେ ଗତକାଲି ଠାରୁ ବର୍ତ୍ତମାନ ସୁଦ୍ଧା ୫୪୭୦ ଜଣକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ପୁରୁଷ ୨୦୬୦, ମହିଳା ୨୨୦୮, ଛୋଟ ପିଲା ୯୩୧ ଏବଂ ୪୩୧ ଜଣ ବୃଦ୍ଧା ରହିଥିବା ବେଳେ ୪୪ଜଣ ଭିନ୍ନକ୍ଷମ ରହିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିବା ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଦିଆଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ।