ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମ୍ମୁ-କଶ୍ମୀରର ୪୦ ଟି ନିର୍ବାଚନମଣ୍ଡଳୀରେ ମତଦାତାମାନେ କଡ଼ା ସୁରକ୍ଷା ମଧ୍ୟରେ ଆଜି ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ କରୁଛନ୍ତି। ସକାଳ ୭ଟାରୁ ଲୋକେ ଧାଡ଼ିରେ ଛିଡା ହୋଇ ଭୋଟ୍ ଦେଉଛନ୍ତି। ମୈଦାନରେ ଅଛନ୍ତି ୪୪୯ ଜଣ ପ୍ରାର୍ଥୀ। କୁପଓ୍ୱାଡ଼ା, ସୋପୋର, ବାରମୁଲ୍ଲା, ଗୁଲମର୍ଗ, ବାନ୍ଦିପୋରା, ଉଦ୍ଧମପୁର ଓ୍ୱେଷ୍ଟ, ଉଦ୍ଧମପୁର ଇଷ୍ଟ, କାଠୁଆ ଆଦି ଆସନରେ ଆଜି ଭୋଟିଂ ହେଉଛି। ଜମ୍ମୁ ଅଞ୍ଚଳର ୨୪ ଓ କଶ୍ମୀରର ୧୬ ଆସନରେ ହେବ ଭୋଟ।
ପ୍ରଥମ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର ୧୮ତାରିଖରେ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା ସେପ୍ଟେମ୍ବର ୨୫ ତାରିଖରେ। ଭାରତର ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନର ଯଥାକ୍ରମେ ୬୧ ପ୍ରତିଶତ ଏବଂ ୫୭.୩୧ ପ୍ରତିଶତ ରେକର୍ଡ ହୋଇଛି।
୧ ହଜାର ୪୮୪ ପୋଲିଂ ଷ୍ଟେସନରେ ମୋଟ ୧୨ ଲକ୍ଷ ଭୋଟର କରିବେ ମତଦାନ। ପ୍ରଥମ ପର୍ଯ୍ୟାୟରେ ୫୯ ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିଲା ୫୭.୦୩ ପ୍ରତିଶତ ମତଦାନ। ତୃତୀୟ ତଥା ଶେଷ ପର୍ଯ୍ୟାୟରେ ଅଧିକାଂଶ ସ୍ଥାନରେ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ, ବିଜେପି ଓ ପିଡିପି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି।
Comments are closed.