ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ:ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ୍ୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମା ନନ୍ଦ ବିଶ୍ୱାଳ। ନିଜ ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି ଶେଷକୃତ୍ୟ।ତାଙ୍କୁ ତାଙ୍କ ପୈତୃକ ଗାଁ ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଠାକୁରପଡ଼ା ଗାଁ ଶ୍ୱଶାନରେ ଏକ ଶୋକାକୁଳ ପରିବେଶରେ ବିଦାୟ ଜଣାଇଛନ୍ତି ଆତ୍ମୀୟ ସ୍ୱଜନ, ରାଜନୈତିକ ସଥୀ ଓ ସମର୍ଥକ। ହେମାନ୍ଦଙ୍କ ପୁତୁରା ଦିନେଶ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ।

ଠାକୁରପଡ଼ା ଶ୍ମଶାନରେ ବିଶାଳ ଜନସମାଗମ ଭିତରେ ତାଙ୍କ ଶେଷକୃତ୍ୟ ପାଇଁ ବିଶେଷ ଆୟୋଜନ କରାଯାଇଥିଲା।

ପ୍ରଥମେ ଝଣ୍ଡାଛକ ଠାରେ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ଝାରସୁଗୁଡା କଂଗ୍ରେସ କାର୍ଯ୍ୟାଳୟ ଠାରେ ଦଳୀୟ କର୍ମୀ, ଜିଲ୍ଲା ସଭାପତି, ସାଧାରଣ ସମ୍ପାଦକ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଠାକୁରପଡ଼ା ବାସଭବନରେ ହେମାନନ୍ଦଙ୍କ ଶେଷ ଦର୍ଶନ କରିଥିଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ, ରାଜଗାଙ୍ଗପୁର ବିଧାୟକ, ତଳସରା ବିଧାୟକ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ ସହ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳ, ଏସ୍‌ପି ପ୍ରମୁଖ ହେମାନ୍ଦଙ୍କ ବାସଭବନରେ ଉପସ୍ଥିତ ଥିଲେ। ଏହି ଅବସରରେ ତାଙ୍କୁ ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା।

ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗ ଜାତୀୟ ତଥା ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ କହିଛନ୍ତି।

Leave A Reply

Your email address will not be published.