ଓଡ଼ିଆ ନ୍ୟୁଜ୍: ପଞ୍ଚଭୂତରେ ବିଲୀନ ହେଲେ ଆଶା ଭୋସ୍ଲେ।ମୁମ୍ବାଇ ଶିବାଜୀ ପାର୍କରେ ଶେଷକୃତ୍ୟ ସଂପନ୍ନ।ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ।ପୁଅ ଆନନ୍ଦ ଭୋସଲେ ଦେଲେ ମୁଖାଗ୍ନି। ମୁମ୍ବାଇର ଶିବାଜୀ ପାର୍କରେ ସୋମବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ରାଜକୀୟ ସମ୍ମାନ ସହ ଆଶା ଭୋସଲେଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ପୁଅ ଆନନ୍ଦ ଭୋସଲେ ଆଶାଙ୍କ ପାର୍ଥିବ ଶରୀରକୁ ମୁଖାଗ୍ନି ଦେଇଛନ୍ତି। ଆଶାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ସେଲିବ୍ରିଟି ଏବଂ ନେତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି। ରବିବାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା।
ସୂଚନାଥାଉକି, ଅସୁସ୍ଥତା ଯୋଗୁ ଆଶା ଭୋସଲେଙ୍କୁ ଏପ୍ରିଲ ୧୧ ତାରିଖ ଦିନ ମୁମ୍ବାଇର ବ୍ରିଚ କ୍ୟାଣ୍ଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଶାଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ ତାଙ୍କ ପ୍ରଶଂସକମାନେ ଆଶୁ ଆରୋଗ୍ୟ କାମନା କରିଥିଲେ। ହେଲେ ଏପ୍ରିଲ ୧୨ରେ ଆଶା ଭୋସଲେଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଥିଲା। ତାଙ୍କ ପରଲୋକ ଖବର ସମଗ୍ର ଦେଶବାସୀଙ୍କୁ ମ୍ରିୟମାଣ କରିଥିଲା।