ସ୍କିଲ୍ଡ ଇନ୍ ଓଡିଶାର ପ୍ରଦର୍ଶନୀ ତଥା ବିକ୍ରୟ କେନ୍ଦ୍ରର ହେଲା ଶୁଭାରମ୍ଭ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଭୁବନେଶ୍ୱର ଆନୁକୁଲ୍ଯରେ ଆଇଟିଆଇ ଛାତ୍ରଛାଚ୍ରୀମାନଙ୍କ ଦ୍ବାରା ଖାରବେଳ ଭବନ ପରିସରରେ ଏକ ପ୍ରଦର୍ଶନୀ-ତଥା ‐ ବିକ୍ରୟର ଶୁଭାରମ୍ଭ କରା ଯାଇଛି | ଆଜି ପୂର୍ବାହ୍ନରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ଏବଂ ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଉପସ୍ଥିତିରେ ପ୍ରଦର୍ଶନୀକୁ ଉଦ୍ଘାଟନ କରା ଯାଇଥିଲା |

ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଶ୍ରୀ ତ୍ରିପାଠୀ କହିଲେ ଯେ ଆଟିଆଇ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ସ୍ୱୀକୃତି ଏବଂ ଆୟ ସୃଷ୍ଟିର ସୁଯୋଗ ପ୍ରଦାନ କରିବା ସହିତ ଏହି କାର୍ଯ୍ଯକ୍ରମ ସାରା ରାଜ୍ୟରେ ବିସ୍ତାର କରିବାକୁ ଯୋଜନା କରା ଯାଇଛି। କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ସ୍କିଲ୍-ଇନ୍-ଓଡିଶା ବ୍ରାଣ୍ଡକୁ ଲୋକପ୍ରିୟ କରିବା ଏବଂ ପ୍ରଯୁକ୍ତି ବିଦ୍ୟା ଯୋଗାଇବା | ପ୍ରଦର୍ଶନୀ ପଛରେ ଥିବା ଅନନ୍ୟ ଧାରଣାକୁ ଶ୍ରୀ ତ୍ରିପାଠୀ ପ୍ରଶଂସା କରିବା ସହ “ସ୍କିଲ୍ ଇନ୍ ଓଡିଶା” ନାମରେ ଏହି ସ୍ୱୀକୃତିପ୍ରାପ୍ତ ବ୍ରାଣ୍ଡର ସ୍ଥିତିକୁ ମଜଭୁତ କରିବାକୁ ଆଉଟଲେଟ୍ ଗୁଡିକୁ ବୃଦ୍ଧି କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ସ୍କିଲ୍ଡ-ଇନ୍-ଓଡିଶା ହେଉଛି ଏକ ପରିବର୍ତ୍ତନଶୀଳ ଯାତ୍ରା, ଯାହା ରାଜ୍ୟରେ ଯୁବ ସାମର୍ଥ୍ୟକୁ ବ୍ୟବହାର କରୁଛି | କୁଶଳୀ-ଓଡିଶା ଯୁବକମାନେ ଆଜି ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଛନ୍ତି, ସିଙ୍ଗାପୁର ଏବଂ ଦୁବାଇରେ ଆନ୍ତର୍ଜାତୀୟ ପ୍ରତିଭା ସହିତ କାର୍ଯ୍ୟ କରୁଛନ୍ତି | ୭ ରୁ ୧୧ ଅଗଷ୍ଟ ପର୍ଯ୍ଯନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଓଡିଶାର ଆଇଟିଆଇ ଛାତ୍ରମାନେ ସେମାନଙ୍କର ବିଭିନ୍ନ ପ୍ରତିଭା ଏବଂ କାରିଗରୀ ପ୍ରଦର୍ଶନ କରିବେ | ଏହି ପ୍ରଦର୍ଶନୀର ଥିମ ହେଲା “ବର୍ଜ୍ଯବସ୍ତୁରୁ ସମ୍ପଦ” | ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ବ୍ୟବହାର କରାଯାଇ ସେଥିରୁ ସୁନ୍ଦର ଓ ଆକର୍ଷଣିୟ ଉତ୍ପାଦ ପ୍ରସ୍ତୁତ କରି କିପରି ଅର୍ଥ ଉପାର୍ଜନ କରା ଯାଇ ପାରିବ, ତାହା ହିଁ ପ୍ରଦର୍ଶନୀର ମୂଳ ଲକ୍ଷ | କୁଶଳୀ-ଓଡ଼ିଶା କେବଳ ଯୁବକମାନଙ୍କୁ ଦକ୍ଷ ନୁହେଁ ବରଂ ଓଡିଶାରେ ପରିବର୍ତ୍ତନର ମାର୍ଗ ବିସ୍ତାର କରୁଛି ବୋଲି ଶ୍ରୀମତୀ ପାଢି କହିବା ସହ ଏଭଳି ପ୍ରଦର୍ଶନୀ ବିଭିନ୍ନ ସ୍ଥାନରେ ଆଗାମୀ ଦିନେରେ ଆୟୋଜନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ |
ଆଜିର ଏହି ପ୍ରଦର୍ଶନୀରେ ବର୍ଜ୍ଯବସ୍ତୁ ଯଥା ଗାଡି, ମୋଟର ସାଇକେଲ, ସାଇକେଲ ଆଦିର ଯନ୍ତ୍ରାଂଶ ବଲ, ବିୟରିଙ୍ଗ, ଚେନ କ୍ରାଙ୍କ, ନଟବୋଲ୍ଟ ଆଦି ବ୍ୟବହାର କରାଯାଇ ଗାନ୍ଧୀ, ସୁବାସ ବୋଷଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି, ଘୋଡା, ପେଙ୍ଗୁଇନ ଓ ମାଛ ଆଦି ପ୍ରଦର୍ଶିତ କରା ଯାଇଛି | ସୁନ୍ଦର,ନିକ୍ଷୁଣ ଓ ଆକର୍ଷଣୀୟ କାଠ ଓ ହସ୍ତତନ୍ତ ଉତ୍ପାଦ, ଘର ସାଜସଜ୍ଜା, ଅଫିସ୍ ଷ୍ଟେସନାରୀ, ଚିତ୍ରକଳା ଏବଂ ବେକେରି ଭଳି ବିଭିନ୍ନ ସାମଗ୍ରି ତିଆରି କରି ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି | ଏହି ଉଦ୍ଝାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବୈଷୟୀକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର  ନିର୍ଦ୍ଦେଶକ ରେଘୁ ଜି ଙ୍କ ସମେତ ବିଭିନ୍ନ ଆଇଟିଆଇ କଲେଜର ଅଧ୍ୟକ୍ଷ୍ଯ, ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ |

Leave A Reply

Your email address will not be published.