ରାଇରଙ୍ଗପୁର ଟାଉନ ହଲରେ ସୁଭଦ୍ରା ଯୋଜନାର ଲୋକାର୍ପଣ ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ଟାଉନ ହଲରେ ସୁଭଦ୍ରା ଯୋଜନାର ଲୋକାର୍ପଣ ଅନୁଷ୍ଠିତ | ରାଇରଙ୍ଗପୁର ପୌରପାଳିକାର କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କ ତତ୍ତାବଧାନରେ ରାଇରଙ୍ଗପୁର ଟାଉନ ହଲ ଠାରେ ସୁଭଦ୍ରା ଯୋଜନାର ଲୋକାର୍ପଣ ଉତ୍ସବ ଏକ ବର୍ଣ୍ଣାଢ୍ଯ ପରିବେଶରେ ଅନୁଷ୍ଠିତ ହୋଇଯାଇଛି |

କାର୍ଯ୍ଯକ୍ରମରେ ନମନ୍ତ୍ରିତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ , ପୌରପାଳିକା ଉପାଧ୍ଯକ୍ଷା ମମିତା ଚୌଧୂରୀ ପ୍ରମୁଖ ଯୋଗ ଦେବା ସହିତ ବିଭିନ୍ନ ୱାର୍ଡର ପାରିଷଦବର୍ଗ ଉପସ୍ଥିତ ଥିଲେ | ପ୍ରାରମ୍ଭରେ ରାଇରଙ୍ଗପୁର ପୌରପାଳିକାର କାର୍ଯ୍ଯ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ ନାୟକ ସ୍ବାଗତ ଭାଷଣ ଦେଇଥିଲେ |

ମହିଳାମାନଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ଉଦ୍ଦିଷ୍ଟ ଏହି ଯୋଜନା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ | କାର୍ଯ୍ଯକ୍ରମରେ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ୱାର୍ଡର ଏସ୍ ଏସ୍ ଜି ସଦସ୍ଯ, ମିଶନ ଶକ୍ତି ସଦସ୍ଯ, କମ୍ଯୁନିଟି ସପୋର୍ଟ ଷ୍ଟାଫ୍, ଆଶାକର୍ମୀ ଓ ଅନ୍ଯାନ୍ଯ ମହିଳା ହିତାଧିକାରୀଙ୍କ ସମେତ ବିଭିନ୍ନ ଗଣମାଧ୍ଯମର ପ୍ରତିନିଧି ଉପସ୍ଥିତ ଥିଲେ |

Comments are closed.