ଓଡ଼ିଆ ନ୍ୟୁଜ୍: ଅଶ୍ଳୀଳ ଭାଷାରେ ରିଲ୍ସ, ରୋଷ୍ଟିଂ, ସର୍ଟସ ପଡିବ ମହଙ୍ଗା। ହୋଇପାରେ ଜେଲ କି ବଡ ଜରିମାନା। ଏଥିପାଇଁ ରାଜ୍ୟ ସରକାର ଆଣୁଛନ୍ତି ସ୍ୱତନ୍ତ୍ର ଆଇନ। ସୋସିଆଲ ମିଡିଆରେ ଅଶ୍ଳୀଳ ଏବଂ ଅପଶବ୍ଦ ବ୍ୟବହାର ଉପରେ ଲାଗିବ ଲଗାମ। ସୋସିଆଲ୍ ମିଡିଆରେ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ହେବ କଡ଼ା ଆକ୍ସନ। ଏନେଇ ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ଅପଶବ୍ଦ ବ୍ୟବହାର ଉପରେ ଅଙ୍କୁଶ ପାଇଁ ପ୍ରସ୍ତାବ ଦେଇଛନ୍ତି ଆଇନ କମିଶନ। ‘ଅପଶବଦ୍ଦ ଓ ଘୃଣୀତ ଅପରାଧ ଆକ୍ଟ ଲାଗୁ କରିବାକୁ ଯାଉଛନ୍ତି ସରକାର’।ସୋସିଆଲ ମିଡିଆ କୁତ୍ସିତ ହେବାକୁ ଆରମ୍ଭ ହେଲାଣି। କିଛି ଲୋକ ଅଭଦ୍ର ମାନସିକତା ଦେଖାଉଛନ୍ତି- ଆଇନ ମନ୍ତ୍ରୀ।
ଆଇନ ମନ୍ତ୍ରୀ କହିଛନ୍ତି ଯେ, ସୋସିଆଲ ମିଡିଆ ଅତ୍ୟନ୍ତ କୁତ୍ସିତ ମିଡିଆ ହେବା ଆରମ୍ଭ କଲାଣି । କାହାକୁ କଣ ସମ୍ମାନ ଦେବା କଥା ତାହା କେହି ମାନୁ ନାହାଁନ୍ତି । କେଉଁ ବୟସର ୟୁଜର ଦେଖୁଛନ୍ତି ତାହା କେହି ଭାବୁ ନାହାଁନ୍ତି । ଅନେକ ବ୍ୟକ୍ତି ମନଇଚ୍ଛା ଭାଷା ପ୍ରୟୋଗ କରୁଛନ୍ତି । କିଏ ସେମାନଙ୍କ ଭିଡିଓ କିମ୍ବା କଣ୍ଟେଣ୍ଟ୍ ଦେଖୁଛି ତାହା ସେମାନେ ଚିନ୍ତା କରୁ ନାହାଁନ୍ତି ।
ସେହିପରି ଯେଉଁମାନେ ସୋସିଆଲ ମିଡିଆରେ ଆଶାଳୀନ ଶବ୍ଦ ପ୍ରୟୋଗ କରୁଛନ୍ତି ସେମାନେ ହେଲେ ମାନସିକ ରୋଗୀ । ସେମାନଙ୍କୁ ପାଗଳଖାନାରେ କରେଣ୍ଟ୍ ଦିଆଯିବା ଭଳି ବ୍ୟବସ୍ଥା କରାଯିବା ଦରକାର । ଯଦି ସେମାନଙ୍କୁ ଏପରି କାର୍ଯ୍ୟରୁ ନିବୃତ୍ତ ନରଖା ଯାଏଁ ତେବେ ସେମାନେ ସୋସିଆଲ ମିଡିଆର ଶାଳୀନତାକୁ ଧ୍ୱଂସ କରିଦେବେ ବୋଲି ଆଇନ ମନ୍ତ୍ରୀ ପ୍ରକାଶ କରିଛନ୍ତି ।