ନିର୍ବାଚନ ଲଢିବେ ଲରେନ୍ସ ବିଷ୍ଣୋଇ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଉ ଅଧିକ ସମୟ ବାକି ନାହିଁ। ଏହି ସମୟରେ ରାଜନୈତିକ ଦଳର ଏକ ଅଜବ ବିବୃତ୍ତି ସାମ୍ନାକୁ ଆସିଛି। ଏହି ଦଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଅଫର ଦେଇଛନ୍ତି।  ଏଥିପାଇଁ ଲରେନ୍ସ ବିଷ୍ଣୋଇକୁ ମହାରାଷ୍ଟ୍ରର ଏକ ଦଳ ପ୍ରସ୍ତାବ ଦେଇଛି । ଯଦି ଲରେନ୍ସ ଚାହିଁବ ତାହାଲେ ସେ ତାଙ୍କ ଦଳରେ ଯୋଗ ଦେଇପାରିବ ।

ଆଉ ଦଳ ବି ପ୍ରାଣପ୍ରଣେ ଚେଷ୍ଟା କରିବ ତାକୁ ଜିତେଇବାକୁ । ଏହି ଦଳ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଶହୀଦ-ଏ-ଆଜମ ସର୍ଦ୍ଦାର ଭାଗବତ ସିଂଙ୍କ ସହ ତୁଳନା କରିଛନ୍ତି। ଦଳ ତାଙ୍କ ବିବୃତ୍ତିରେ କହିଛି ଯେ ଆମର କର୍ମୀ ଏବଂ ଅଧିକାରୀମାନେ ତାଙ୍କୁ ଜିତାଇବାକୁ ଚେଷ୍ଟା କରିବେ। ତେବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଲଢିବା ପାଇଁ ଲରେନ୍ସ ବିଷ୍ଣୋଇକୁ ଉତ୍ତରଭାରତୀୟ ବିକାଶ ସେନା (ୟୁବିଭିଏସ୍) ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏନେଇ ଦଳର ସଭାପତି ସୁନୀଲ ଶୁକ୍ଲା ଲରେନ୍ସ ବିଷ୍ଣୋଇକୁ ଚିଠି ଲେଖିଛନ୍ତି । ତେବେ ଏବେ ଲରେନ୍ସ ଅହମ୍ମଦାବାଦ ସାବରମତି କେନ୍ଦ୍ରୀୟ ଜେଲରେ ଅଛି ।

ଏନେଇ ଦଳ ଲରେନ୍ସକୁ ସହିଦ୍-ଏ-ଆଜମ୍ ସର୍ଦ୍ଦାର ଭାଗବତ ସିଂଙ୍କ ସହ ତୁଳନା କରିଛନ୍ତି । ଦଳ କହିଛି, ବିଧାନସଭା ନିର୍ବାଚନରେ ଲଢିବା ପାଇଁ ଦଳ ପକ୍ଷରୁ ୪ ଜଣଙ୍କ ନାଁ ଫାଇନାଲ ହୋଇଥିବା ବେଳେ ଲରେନ୍ସ ବିଷ୍ଣୋଇର ଅନୁମୋଦନ ପରେ ଏକ ୫୦ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏଥିସହିତ ଦଳ ଚିଠିରେ ଲେଖିଛି ଯେ, ସେ ଗର୍ବିତ କି ଲରେନ୍ସ ବିଷ୍ଣୋଇ ଉତ୍ତର ଭାରତ ପଞ୍ଜାବରେ ଜନ୍ମ ହୋଇଛନ୍ତି ।

Leave A Reply

Your email address will not be published.