ଲକ୍ଷ୍ମୀ ନାରାୟଣ ଭେଟଘାଟ

0

ଓଡ଼ିଆ ନ୍ୟୁଜ୍: ରାଜ ନଅର ସମ୍ମୁଖରେ ନନ୍ଦିଘୋଷ।ଲକ୍ଷ୍ମୀ-ନାରାୟଣ ଭେଟଘାଟ ଆରମ୍ଭ। ଶରଧାବାଲି ଛାଡି ଶ୍ରୀମନ୍ଦିରକୁ ବାହାରିଛନ୍ତି ଶ୍ରୀଜୀଉ। ନିର୍ଦ୍ଧାରିତ ସମୟ ପୂର୍ବରୁ ଗଡ଼ିଥିଲା ବଡ଼ଠାକୁରଙ୍କ ରଥ । ନୀତିନିର୍ଘଣ୍ଟ ଅନୁସାରେ ଠାକୁରଙ୍କ ପହଣ୍ଡି ହୋଇଥିଲା । ରଥାରୁଢ଼ ତିନିଠାକୁରଙ୍କୁ ଦେଖିବାକୁ ଲୋକାରଣ୍ୟ ହୋଇଛି ଶରଧାବାଲି ଓ ବଡଦାଣ୍ଡ ।ଠାକୁର ରାଜାଙ୍କ ଛେରାପହଁରା କରିବା ପରେ ଭାବର ସହ ଭାବବିନୋଦିଆଙ୍କ ରଥକୁ ଟାଣିନେଇଛନ୍ତି ଭକ୍ତ ।

ବାଟରେ ପୋଡପିଠା ଖାଇଛନ୍ତି ଶ୍ରୀଜିଉ । ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀ-ନାରାୟଣ ଭେଟ ହୋଇଛି । ଶ୍ରୀନହର ସମ୍ମୁଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପହଁଞ୍ଚିବା ପରେ ଗଜପତି ମହାରାଜାଙ୍କ ଉପସ୍ଥିତିରେ ଲଷ୍ମୀନାରାୟଣ ଭେଟ ନୀତି ସମ୍ପାଦନ ହୋଇଛି |ସିଂହଦ୍ବାର ସମ୍ମୁଖରେ ତାଳଧ୍ବଜ ଓ ଦର୍ପଦଳନ ପହଞ୍ଚିସାରିଛି ।

Leave A Reply

Your email address will not be published.