ଭୁବନେଶ୍ୱରରେ ପାକିସ୍ତାନୀ ମହିଳା

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବରରେ ଅଛନ୍ତି ପାକିସ୍ତାନୀ ମହିଳା। ଭିସା ସରିବା ପରେ ବି ଭୁବନେଶ୍ବରରେ ରହୁଥିବା ସୂଚନା ମିଳିଛି।  ଜମ୍ମୁ କଶ୍ମୀର ପହଲଗାମରେ ନିର୍ଦ୍ଦୋଶ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ତ୍ୱରିତ ପଦକ୍ଷେପ ନେଇ ଭାରତ ସରକାର ଦେଶରେ ରହୁଥିବା ପାକିସ୍ତାନୀଙ୍କୁ ୪୮ ଘଣ୍ଟା ମଧ୍ୟରେ ନିଜ ଦେଶକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଦୀର୍ଘକାଳୀନ ଭିସା ବଳରେ ବସବାସ କରୁଥିବା ପାକିସ୍ତାନୀଙ୍କୁ ଓଡ଼ିଶାରୁ ବିଦା କରିବା ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା।

ତେବେ ରାଜ୍ୟରେ ୧୨ ପାକିସ୍ତାନୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରରେ ଅଛନ୍ତି। ତାଙ୍କୁ ଦେଶ ଛାଡ଼ି ଯିବାକୁ ନୋଟିସ୍‌ ଦିଆଯାଇଛି। ସେ ଓଡ଼ିଆ ଯୁବକଙ୍କୁ ବିବାହ କରି ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ରହି ଆସୁଛନ୍ତି। ତାଙ୍କର ଭିସା ଅବଧି ୨୦୨୪ରେ ଶେଷ ହୋଇଥିଲା।

ଏହାପରେ ସେ ଭାରତ ଛାଡ଼ି ପାକିସ୍ତାନ ଯିବା ନିମନ୍ତେ ଏଗଜିଟ୍‌ ଭିସା ପାଇଁ କମିଶନରେଟ ପୋଲିସ ନିକଟରେ ଆବେଦନ କରିଥିଲେ। ହେଲେ ସେ ଆବେଦନ ପଡ଼ି ରହିଥିଲା। ଏବେ ପହଲଗାମ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡ଼ିବା ପାଇଁ ଲାଗି ନୋଟିସ ହୋଇଛି।

Leave A Reply

Your email address will not be published.