ଆସନ୍ତୁ ଜାଣିବା ନିମ୍ବର ଗୁଣ

0

ନିମ୍ବ ଅତି ଗୁଣକାରୀ ବନୌଷଧୀ ମାନଙ୍କ ଭିତରୁ ନିମ୍ବ ଅନ୍ୟତମ । ନିମ୍ବତେଲ ଅନେକ ଚର୍ମରୋଗରେ ବ୍ୟବହାର କରାଯାଏ । ବସନ୍ତ ଋତୁ ଆଗରୁ ନିମ୍ବକଢ଼ ଭଜା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ । ଆପଣ ଜାଣନ୍ତି କି ନିମ୍ବ ପତ୍ରରେ କିଛି ଏପରି ଗୁଣ ଅଛି ଯାହାର ପାଣିକୁ ବ୍ୟବହାର କରି ଆପଣଙ୍କ ଅନେକ ରୋଗ ଭଲ ହୋଇଯିବ । ନିମ୍ବ ଏମିତି ଏକ ଔଷଧୀୟ ବୃକ୍ଷ ଯାହାର ପ୍ରତି ଅଂଶରେ ଶରୀରର ଲାଭ ପାଇଁ ବ୍ୟବହୃତ ହୋଇପାରିବ । ନିମ୍ବ ପତ୍ରରେ ଆଣ୍ଟିମାଇକ୍ରୋବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ଅନେକ ବଡ଼ ବଡ଼ ରୋଗ ପାଇଁ ରାମବାଣ ସାବ୍ୟସ୍ତ ହୋଇଥାଏ ।

ମୁହଁରେ ଯଦି ଆପଣଙ୍କର ବ୍ରଣ ବାହାରୁଛି, ତାହା ହେଲେ ନିମ୍ବ ପତ୍ରକୁୁ ମିଶ୍ରଣ କରନ୍ତୁ । ତା’ପରେ ଆପଣଙ୍କ ମୁହଁରେ ଏହି ମିଶ୍ରଣକୁ ଲଗାନ୍ତୁ । ଏହି ମିଶ୍ରଣ ଲଗାଇବା ପରେ ଦେଖିବେ ଆପଣଙ୍କ ଚେହେରାରୁ ମୃତକୋଷ ସବୁ ବାହାରିଯିବେ ।

ନିମ୍ବ ପତ୍ରକୁ ଅନ୍ୟ ଏକ କାରଣରେ ମଧ୍ୟ ବ୍ୟବହାର କରିପାରିବା । ସକାଳୁ ଉଠି ୧୦ଟି ନିମ୍ବ ପତ୍ରକୁ ଖାଲି ପେଟରେ ଖାଆନ୍ତୁ । ନିୟମିତ ଏପରି କିରବା ଦ୍ୱାରା ବିଭିନ୍ନ ପ୍ରକାରର ଶାରୀରକ ଓ ମାନସିକ ଅସୁସ୍ଥତାରୁ ମୁକ୍ତି ପାଇବେ ।

କିଛି ଲୋକ ଅଛନ୍ତି, ପାଗ ବଦଳିବା ସହିତ ତାଙ୍କ ଶରୀରରେ ବିଭିନ୍ନ ପ୍ରକାର ଚର୍ମ ରୋଗରେ ଦେଖାଯାଏ । ତାହା ପାଇଁ ଆପଣ ଚିନ୍ତାରେ ରହୁଛନ୍ତି କି ? ଏହି ଏଲର୍ଜିରୁ ମୁକ୍ତି ପାଇବା ଚାହୁଛନ୍ତି କି ? ତା’ହେଲେ ନିମ୍ବ ପାଣିରେ ଗାଧାନ୍ତୁ । ସପ୍ତାହରେ ତିନି ଥର ଏପରି କରନ୍ତୁ । ଦେଖିବେ ଆପଣଙ୍କୁ ଏହା ପରେ ବହୁ ଆରାମ ଳାଗିବ ।

Leave A Reply

Your email address will not be published.