ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଟ୍ରକ ତଳେ ଗଲା ଜୀବନ । ଭୁବନେଶ୍ୱର ରସୁଲଗଡ଼ରେ ସଡ଼କ ଦୁର୍ଘଟଣା । ସ୍କୁଟିକୁ ଚାପି ଦେଲା ଟ୍ରକ । ଯାହା ଫଳରେ ଘଟଣା ସ୍ଥଳରେ ହିଁ ସ୍କୁଟି ଚଳକଙ୍କ ମୃତ୍ୟୁ ହୋଇଯାଇଛି । ତେବେ ସୂଚନା ଅନୁଯାୟୀ, ବୁଧବାର ଦିନ ଭୁବନେଶ୍ୱର ରସୁଲଗଡ଼ ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା ।
ରସୁଲଗଡ଼ରୁ ବାଣୀବିହାର ଆସୁଥିବା ବେଳେ ସ୍କୁଟିକୁ ଧକ୍କା ଦେଲେ ଟ୍ରକ । ଯାହାଫଳରେ ସ୍କୁଟି ଚାଳକଙ୍କ ଉପରେ ଚଢିଯାଇଛି ଟ୍ରକ । ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ସେପଟେ ଦୁର୍ଘଟଣା ସଂପର୍କରେ ପୋଲିସ ଓ ଟ୍ରାଫିକ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରିଛନ୍ତି ।
ଏହାସହିତ ମୃତଦେହକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ହେଲେ ଘଟଣା ସ୍ଥଳରୁ ଟ୍ରକ ଚାଳକ ଚମ୍ପଟ ମାରିବାରେ ସଫଳ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।