ଆଜୀବନ ପ୍ରମାଣପତ୍ର ପ୍ରଦାନ ମେଳା ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପେନସନାରମାନଙ୍କୁ ସ୍ବତନ୍ତ୍ର ଆଜୀବନ ପ୍ରମାଣପତ୍ର ପ୍ରଦାନ ମେଳା ଅନୁଷ୍ଠିତ |  ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପେନସନାରମାନଙ୍କୁ ସ୍ବତନ୍ତ୍ର ଆଜୀବନ ପ୍ରମାଣପତ୍ର ପ୍ରଦାନ ମେଳା ଆଞ୍ଚଳିକ ପ୍ରବନ୍ଧକ ଆର ବି ଓ ବାରିପଦା ଦେବପ୍ରସାଦ କୋହାର ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରାଇରଙ୍ଗପୁର ଶାଖା ମୁଖ୍ୟ ପ୍ରବନ୍ଧକ ସୁଶାନ୍ତ କୁମାର ମହାପାତ୍ରଙ୍କ ମିଳିତ ପରିଚାଳନାରେ ରାଇରଙ୍ଗପୁର ଷ୍ଟେଟ୍ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ବ୍ୟାଙ୍କ, ପୋଷ୍ଟାଲ, ରେଲୱେ , ପୋଲିସ ଅଫିସର , ଶିକ୍ଷକ ,ଅଧ୍ୟାପକ, ଡାକ୍ତର ତଥା ଅନ୍ୟାନ୍ୟ ବୃତ୍ତିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦ୍ବାରା ପେନସନ ଉପଭୋକ୍ତାମାନଙ୍କୁ ଆଜୀବନ ପ୍ରମାଣପତ୍ର ପ୍ରଦାନ କରାଯିବା ସହିତ ସେମାନଙ୍କର କୌଣସି ସମସ୍ୟାର ସମାଧାନ ଏକ ମାସ ଭିତରେ କରାଯିବ ବୋଲି କତୃପକ୍ଷ ସୂଚନା ଦେଇଥିଲେ | ଏହି ମେଳାରେ ପେନସନଧାରୀ ମାନଙ୍କର ଆଧାରକାର୍ଡ , ପାନ କାର୍ଡ ଓ ବ୍ୟାଙ୍କ ଖାତା ର ଆବଶ୍ୟକ ନକଲ ନିଆଯାଇଥିଲା | ଉକ୍ତ ମେଳାରେ ବହୁ ସଂଖ୍ୟାରେ ପେନସନଧାରୀମାନେ ଯୋଗ ଦେଇଥିଲେ | ଏହି ମେଳାରେ ରାଇରଙ୍ଗପୁର ଶାଖାର ଉପ ପ୍ରବନ୍ଧକ ତ୍ରିଲୋଚନ ମଲ୍ଲିକ, ବରିଷ୍ଠ କର୍ମଚାରୀ ପ୍ରଭାସ କୁମାର ଦାସ, ମିସ୍ ଯଶୋଦା ମୁର୍ମୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ |

ପେନସନଧାରୀ ମାନଙ୍କ ମଧ୍ୟରେ ବିଶ୍ବରଂଜନ ମାଝୀ, ମାନସିଂହ ହାଁସଦାଃ, ବିଭୀଷଣ ପାତ୍ର, ଅଶ୍ବିନୀ କୁମାର ପରମାଣିକ, ଜୟପାଲସିଂ ନାୟକ, ପଦ୍ମଚରଣ ବାନରା, ସୂର୍ଯ୍ୟମଣି ଟୁଡୁ ତଥା ଅନ୍ୟମାନେ ଆସି ସେମାନଙ୍କର ଆଜୀବନ ପ୍ରମାଣପତ୍ର ନେବା ପାଇଁ ଆବଶ୍ୟକ ଦସ୍ତାବିଜ ହସ୍ତାନ୍ତର କରିଥିଲେ | ଏହି ମେଳାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ଉପୋକୃତ ହେବା ସହିତ ସାଧାରଣ ଜନସାଧାରଣ ମଧ୍ୟ ଲାଭବାନ ହୋଇପାରିଥିଲେ |

Leave A Reply

Your email address will not be published.