ରାଜ୍ୟର ଅଧିକାଂଶ ସ୍ଥାନରେ ରହି ରହି ଜାରି ରହିଛି ହାଲକା ବର୍ଷା,ଅନେକ ସ୍ଥାନରେ ଝଡପବନ ସହ କୁଆ ପଥର ବର୍ଷା ହୋଇଛି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟର ଅଧିକାଂଶ ସ୍ଥାନରେ ରହି ରହି ଜାରି ରହିଛି ହାଲକା ବର୍ଷା। ଅନେକ ସ୍ଥାନରେ ଝଡପବନ ସହ କୁଆ ପଥର ବର୍ଷା ହୋଇଛି। ଭୁବନେଶ୍ୱର ଓ କଟକରେ ଅପରାହ୍ମରେ ହଠାତ ବଦଳିଥିଲା ପାଣିପାଗ। ଆକାଶରେ ମେଘ ଘୋଟିବା ସହ ମାଡି ଆସିଥିଲା ବର୍ଷା। କୁଆପଥର ସହ ହଠାତ ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା। କେବଳ ଖୋର୍ଦ୍ଧା କି କଟକ ନୁହଁ, ବାଲେଶ୍ୱର, ବଲାଙ୍ଗିର ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହୋଇଛି।

ସେପଟେ ଆଗାମୀ ୧୨ ଘଣ୍ଟାରେ ବର୍ଷା ପାଇଁ ବିଜୁଳି ଘଡ଼ଘଡ଼ି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳହାଣ୍ଡି, ନୂଆପଡ଼ା, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର ଭଦ୍ରକ, ବାଲେଶ୍ୱର, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲା ପାଇଁ ଜାରି ହୋଇଛି ୱେଲୋ ୱାର୍ଣ୍ଣିଂ।

ଝଡ଼ ବର୍ଷା ଓ କୁଆପଥର ମାଡ ଅନେକ ସ୍ଥାନରେ ଉଜାଡି ଦେଇଛି ସୁନାର ଫସଲ। ମାଲକାନଗିରି ଜିଲ୍ଲାର କୋଇଲିପାରି, ଜାମଗୁଡା, ଦୁର୍ମାଗୁଡା ଗାଁର ଏ ଦୃଶ୍ୟ। ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁରଠାରେ ଅନେକ ଚାଷୀଙ୍କ ପନି ପରିବା ଫସଲ ନଷ୍ଟ ହୋଇଛି। ଏବେ ପଶ୍ଚିମାଝଡ଼ ରାଜ୍ୟରେ ତାତି କମାଇଛି କିନ୍ତୁ ଅନେକ ସ୍ଥାନରେ ଫସଲ ଉଜାଡିଛି। ଆସନ୍ତା ୨୪ ତାରିଖ ବେଳକୁ ଆଉ ଥରେ ପଶ୍ଚିମା ଝଡ଼ ଆସିବା ସମ୍ଭାବନା ରହିଛି। ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ସେହି ଝଡ଼ର ପ୍ରଭାବ ରହିପାରେ।

Leave A Reply

Your email address will not be published.