ଓଡ଼ିଆ ନ୍ୟୁଜ୍: ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ବରହମପୁର ଥାନା ରାଇପାଳ ଅଞ୍ଚଳରେ ଏକ ଅଘଟଣ ଘଟିଛି। କେନାଲ କାମ ଚାଲିଥିବା ବେଳେ ଶନିବାର ବଜ୍ରପାତ ଘଟି ୩ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ଜଣେ ଜେଶିବି ଅପରେଟର ବୋଲି ଜଣାପଡିଛି।
ମୃତକ ହେଲେ ନୀଳଗିରି ଉପଖଣ୍ଡ ବରହମପୁର ଥାନା ଅଧୀନ ଅଶୋକନାଳ ଗ୍ରାମର ମାମି ସିଂ(୩୦), ବଢେଇପଲା ଗ୍ରାମର ଆଲାମଣି ସିଂ(୫୦) ଓ ବସ୍ତା ଥାନା ଅଧୀନ ନଳବାହାର ଅଞ୍ଚଳର ଜେଶିବି ଅପରେଟର ଅଜିତ କୁମାର ହାଜିରା(୨୮)।