ଓଡ଼ିଆ ନ୍ୟୁଜ୍: ଲିଙ୍ଗରାଜଙ୍କ ନୀତିକାନ୍ତି ଶୃଙ୍ଖଳିତ କରିବା ଲାଗି ଅନ୍ତରୀଣ ରିପୋର୍ଟ।ଜଷ୍ଟିସ୍ ଡି.ପି ଚୌଧୁରୀଙ୍କ ଅଧ୍ୟକ୍ଷତାରେ ସତ୍ତ୍ୱଲିପି କମିଟିର ରିପୋର୍ଟ ପ୍ରଦାନ। ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଦାନ କଲେ ଅନ୍ତରୀଣ ରିପୋର୍ଟ।ସବୁ ନିଯୋଗର ପୁରାତନ ନଥିପତ୍ରକୁ ନେଇ ପ୍ରସ୍ତୁତ ହୋଇଛି ରିପୋର୍ଟ। ଆଇନ ଆସିଲେ ଲିଙ୍ଗରାଜ ପର୍ବପର୍ବାଣୀରେ ବ୍ୟାଘାତ ହେବ ନାହିଁ।ରିପୋର୍ଟକୁ ବିଭାଗ ତର୍ଜମା କରିବ କହିଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ: ଆଇନ୍ ମନ୍ତ୍ରୀ।ବିଶେଷକରି ନୀତିକାନ୍ତି ସୁରୁଖୁରୁରେ ପରିଚାଳିତ ହେବ । ତେବେ ବର୍ତ୍ତମାନ ରିପୋର୍ଟକୁ ଆଇନ ବିଭାଗ ତର୍ଜମା କରିବ । ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗ ପ୍ରଦାନ କରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ସେହିପରି ରିପୋର୍ଟ ପ୍ରଦାନ ପରେ ଜଷ୍ଟିସ ଡି ପି ଚୌଧରୀ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଲିଙ୍ଗରାଜ ମହାପ୍ରଭୁ ଉପାସ ନରହିବେ ସେନେଇ କମିଟି ବସିଥିଲା । ଇତିହାସକାର, ଏଏସଆଇ, ଓଡ଼ିଶା ଷ୍ଟେଟ୍ ଲାଇବ୍ରେରୀ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନରୁ ଲିଙ୍ଗରାଜ ମନ୍ଦିର ସେବା, ନୀତି, ନିଯୋଗ ଓ ପର୍ବପର୍ବାଣି ନେଇ ତଥ୍ୟ ମଗା ଯାଇଥିଲା । ସେହି ପ୍ରାଥମିକ ତଥ୍ୟ ଅନୁସାରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଜଷ୍ଟିସ ଡି ପି ଚୌଧୁରୀ ।