ଓଡ଼ିଆ ନ୍ୟୁଜ୍: ମକର ସଂକ୍ରାନ୍ତିରେ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି।କାଲି ସଂଧ୍ୟାରୁ ବନ୍ଦ ଅଛି ନୀତିକାନ୍ତି, ଉପାସରେ ମହାପ୍ରଭୁ ଲିଙ୍ଗରାଜ।ବଡୁ ଓ ସୁଆର ନିଯୋଗ ବିବାଦ ଯୋଗୁଁ ଉପାସରେ ଲିଙ୍ଗରାଜ। ଏବେ ଯାଏଁ ବାବା ଲିଙ୍ଗରାଜଙ୍କ ପାଖରେ ଲାଗିପାରିନି ଭୋଗ। ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ଲାଗିରହିଛି ବିବାଦ।କ୍ଷୀର ଆଉଟା ନୀତି କିଏ କରିବ ତାକୁ ନେଇ ଟଣାଓଟରା। ସେବାୟତଙ୍କ ମଧ୍ୟରେ ବିବାଦ, ମକର ସଂକ୍ରାନ୍ତିରେ ଉପାସରେ ରାଜଧାନୀର ଆରାଧ୍ୟ ପ୍ରଭୁ ଲିଙ୍ଗରାଜ ।
ଆଜି ରାତି ୯ଟାରୁ ବନ୍ଦ ରହିଛି ନୀତିକାନ୍ତି, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ । ସେବାୟତଙ୍କ ବିବାଦ ଯୋଗୁ ମଙ୍ଗଳବାର ସନ୍ଧ୍ୟାଧୂପ ପୂର୍ବରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ ରହିଛି । ନୀତି ହୋଇ ନ ପାରିବାରୁ ରାତି ସାଢ଼େ ୯ଟାରେ ବଡ଼ୁ ସେବାୟତ ଠାକୁରଙ୍କ ପହୁଡ଼ ପକାଇଥିଲେ । ଫଳରେ ରାତିସାରା ଠାକୁରେ ଉପାସରେ ରହିଛନ୍ତି । ମକର ପୂର୍ବ ସନ୍ଧ୍ୟାରେ ସାମନ୍ତରା ଘରୁ ଘୃତ କମଳ ପ୍ରସ୍ତୁତି ନିମନ୍ତେ ଖୀର ଅଣାଯାଇଥିଲା । ସେହି କ୍ଷୀରକୁ ଆଉଟାଇ ଘୃତ କମଳ ପ୍ରସ୍ତୁତି ହୋଇଥିଲେ ମକରରେ ଶ୍ରୀଜିଉଙ୍କୁ ଲାଗି ହୋଇଥାନ୍ତା ।