ଓଡ଼ିଆ ନ୍ୟୁଜ୍: ଏଣିକି କାଚ ବୋତଲରେ ମିଳିବନି ମଦ। ବଦଳିଯିବ ମଦ ପ୍ୟାକେଟର ରୂପ। ଟେଟ୍ରା ପ୍ୟାକରେ ଆସିବ ମଦ। ରାଜ୍ୟରେ ମଦ ପ୍ୟାକିଂକୁ ନେଇ ଏମିତି କିଛି ବଡ଼ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଉ କାଚ ବୋତଲରେ ମିଳିବନି ମଦ । କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାର କରାଯିବ ।
ଅବକାରୀ ନୀତି ଅନୁସାରେ କାଚ ବୋତଲର ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାରକୁ ଅନୁମତି ଦିଆଯାଇଛି । ଏହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ । ଏହା ସହ ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ସରକାର ସମସ୍ତ ସମ୍ପୃକ୍ତ ସଂସ୍ଥା/ବ୍ୟକ୍ତି ମାନଙ୍କୁ କାଚ ବୋତଲର ପୁନଃ ବ୍ୟବହାର ପାଇଁ ଉତ୍ସାହିତ କରୁଛି । ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପେପର ବୋର୍ଡରେ ତିଆରି ହେବ ଟେଟ୍ରା ପ୍ୟାକ୍ ।