ଆହୁରି କଠୋର ହେଲେ ରାଜ୍ୟ ସରକାର: କରୋନା ପାଇଁ ୧୪ ଜିଲ୍ଲାକୁ ବଢ଼ିଲା ଲକଡାଉନ୍ କଟକଣା

0

କରୋନା ବିରୋଧୀ ମହାଲଢ଼େଇ ପାଇଁ ରାଜ୍ୟରେ ଆହୁରି କଠୋର ହେଲା କଟକଣା । ଆସନ୍ତାକାଲିଠାରୁ ରାଜ୍ୟର ଆଉ ୯ଟି ଜିଲ୍ଲା ପାଇଁ ଲକଡାଉନ୍ ଘୋଷଣା ହୋଇଛି ।

ଏଥିସହ ନାକାବନ୍ଦୀ ଜିଲ୍ଲା ସଂଖ୍ୟା ୫ରୁ ବଢ଼ି ୯ରେ ପହଞ୍ଚିଛି । ସରକାରଙ୍କ ଏଇ ନିଷ୍ପତ୍ତି ଫଳରେ ରାଜ୍ୟର ପ୍ରାୟ ୩ କୋଟି ଲୋକ ଲକଡାଉନ୍ ପରିସରକୁ ଆସୁଛନ୍ତି ।

ଆସନ୍ତା ୨୯ ତାରିଖ ଯାଏଁ ରାଜ୍ୟରେ ବସ୍, ବିମାନବନ୍ଦର ଓ ଟ୍ରେନ୍ ସେବାକୁ ସଂପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛିି । ଲକଡାଉନ୍ ସମୟରେ ନିୟମ ଉଲ୍ଲଂଘନ କରି ଅଯଥାରେ ବାହାରକୁ ବାହାରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନର ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.