ରାଜ୍ୟ ପାଇଁ ନୂଆ ଗାଇଡଲାଇନ୍ ଘୋଷଣା କଲେ ମୁଖ୍ୟ ସଚିବ। ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍ ନେଇ ସରକାରଙ୍କ ନିଷ୍ପତ୍ତି । ପରିସ୍ଥିତି ଏଯାଏଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ତେଣୁ ଆଂଶିକ ଲକଡାଉନର ଅବଧିକୁ ବଢାଇଲେ ରାଜ୍ଯ ସରକାର।
ଜାଣନ୍ତୁ କେଉଁ ନିୟମ ହେଲା କୋହଳ ଆଉ କେଉଁ ନିୟମ ହେଲା ଲାଗୁ:
- କାଟେଗୋରୀ ଏରେ ୨୦ ଓ ବି ରେ ୧୦ ଜିଲ୍ଲା ପୂର୍ବ ପରି ରହିବ।
- କାଟେଗୋରୀ ଏ ରେ ରାତି ୮ଟା ଯାଏଁ ଖୋଲିବ ଦୋକାନ।
- କାଟେଗୋରୀ ବିରେ ସଂଧ୍ୟା ୫ଟା ଯାଏ ଖୋଲିବ ଦୋକାନ।
- କ୍ୟାଟେଗୋରୀ ‘ବି’ ଜିଲ୍ଲାରେ ସପ୍ତାହାନ୍ତ ସଟ୍ଡାଉନ୍ ପୂର୍ବ ପରି ଜାରି ରହିବ ।
- ସମଗ୍ର ରାଜ୍ଯରେ ଜିମ୍, ପାର୍ଲର, ସ୍ପା ଖୋଲିବାକୁ ଅନୁମତି ।
- ସମଗ୍ର ରାଜ୍ଯରେ ବସ୍ ସେବାକୁ ଅନୁମତି।
- କେବଳ ସିଟ୍ ଅନୁସାରେ ଲୋକ ବସିବେ।
- ରଥଯାତ୍ରା ପାଇଁ ଜୁଲାଇ ୨୫ ଯାଏ କେବଳ ପୁରୀକୁ ବସ୍ ସେବା ବନ୍ଦ ।
- ଅଟୋ ଏବଂ ଟ୍ୟାକ୍ସିରେ ଦୁଇ ଜଣରୁ ଅଧିକ ବ୍ୟକ୍ତି ଯାଇ ପାରିବେ ନାହିଁ ।
- ବିନା ଦର୍ଶକରେ ଆଉଟ୍ଡୋର ଖେଳକୁ ଅନୁମତି।
- ପୂର୍ବ ଭଳି ହୋଟେଲ ଓ ରେଷ୍ଟୁରାଣ୍ଟରେ କେବଳ ପାର୍ସଲ ପାଇଁ ଅନୁମତି।