ଆତ୍ମଘୋଷିତ ବାବାଙ୍କ ପାଇଁ ସ୍କୁଲ ରେ ତାଲା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଦୁଡୁ ଗାଁ ନିତ୍ୟାନନ୍ଦ ପ୍ରାଥମିକ ବିଦ୍ୟାଳୟ ରେ ଜଣେ ଆତ୍ମ ଘୋଷିତ ବାବା କୁ ନେଇ ସ୍କୁଲ ରେ ତାଲା ପକାଇଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ ଉକ୍ତ ବିଦ୍ୟାଳୟକୁ ବାବା ଜଣକ ବାରମ୍ବାର ଅବାଧ ପ୍ରବେଶ କରି, ଛାତ୍ରଛାତ୍ରୀଙ୍କ ସହିତ ଅଶ୍ଳିଳ ଇଙ୍ଗିତ କରିଆସୁଥିଲେ।

ଏଥିରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ କୌଣସି ପ୍ରଭାବିତ ହୋଇନଥିଲେ ମଧ୍ୟ ଗତ ଶୁକ୍ରବାର ଦିନ ପୁନର୍ବାର ବିଦ୍ୟାଳୟ ରେ ଅଧ୍ୟୟନ ଛାତ୍ରଛାତ୍ରୀଙ୍କ ପ୍ରତି, ବାବା ନିଜ ସ୍ୱଭାବ ଆଚରଣ ଖରାପ ପ୍ରଦର୍ଶନ କରିବାରୁ ଛାତ୍ରଛାତ୍ରୀ ଙ୍କ ମନରେ ଅସନ୍ତୋଷ ଲାଗି ରହିଥିଲା।ଏନେଇ ଛାତ୍ରଛାତ୍ରୀ ମାନେ ଘରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ଓ କମିଟି ସଦସ୍ୟ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କୁ ଧାରଣା ରେ ବସି ରହିବାକୁ କହି ସ୍କୁଲ ଗେଟ୍ ରେ ତାଲା ପକାଇ ଦେଇଥିଲେ । ଯାହାକୁ ନେଇ ଘଟଣା ସ୍ଥଳରେ ଘୋର ଉତ୍ତେଜନା ଦେଖାଦେଇଛି।

Leave A Reply

Your email address will not be published.