ନବାଗତ ପ୍ରଶାସନିକ ଅଧିକାରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବାଚସ୍ପତି

0

ଭୁବନେଶ୍ୱର ସ୍ଥିତ ମଧୁସୂଧନ ଦାସ ଆଞ୍ଚଳିକ ଆର୍ଥିକ ପରିଚାଳନ ପ୍ରତିଷ୍ଠାନରେ ତାଲିମ ନେଉଥିବା ନବାଗତ ଓଡ଼ିଶା ଅର୍ଥ ସେବା ଏବଂ ଓଡ଼ିଶା କର ଓ ବିତ୍ତ ସେବା ଅଧିକାରୀମାନେ ଆଜି ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ଆସି ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି । ବାଚସ୍ପତି ଡ଼ଃ ପାତ୍ର ନବାଗତ ପ୍ରଶାସନିକ ଅଧିକାରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର ଜନସାଧାରଣଙ୍କ ସେବାରେ ନିଜକୁ ପୂର୍ଣ୍ଣ ମାତ୍ରାରେ ନିୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି । ମାନବ ସେବା ହିଁ ପ୍ରକୃତରେ ମାଧବ ସେବା ବୋଲି ବାଚସ୍ପତି ଡ଼ଃ ପାତ୍ର ନବାଗତ ଅଧିକାରୀମାନଙ୍କୁ କହିଛନ୍ତି । ନବାଗତ ଅଧିକାରୀମାନେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ଲେଖାନୁଦାନ ବଜେଟର ବୈଧାନିକ ପ୍ରକ୍ରିୟା ଯଥା – ବଜେଟ ଉପସ୍ଥାପନ, ବିଚାରବିମର୍ଶ, ବ୍ୟୟ ମଞ୍ଜୁରୀ ବିଧେୟକ ଏବଂ ଅନୁମୋଦନ ସମ୍ପର୍କୀତ ତଥ୍ୟ ବିଭାଗୀୟ ଅଧିକାରୀମାନଙ୍କ ଠାରୁ ହାସଲ କରିଥିଲେ । ଏହା ସହିତ ବିଧାନସଭାର ବିଭିନ୍ନ ବିଭାଗ ଓ ଗ୍ରନ୍ଥାଗାର ବୁଲି ଦେଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ତାଲିମ ଅମୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ନିହାର ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.