ଗନି ବ୍ୟାଗ ଓ ପରିବହନ ବାବଦକୁ ଅର୍ଥରାଶି ହେରଫେର ତଦନ୍ତରେ ଲୋକପାଳଙ୍କ ତଦନ୍ତକାରୀ ଟିମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):   ଧାନ ମଣ୍ଡିରେ କଟନି,ଛଟନୀ ପରେ ଗନି ବ୍ୟାଗ ଓ ପରିବହନ ବାବଦକୁ କୈାଣସି ଅର୍ଥରାଶି ଚାଷିମାନେ ପାଇନଥିବା କାରଣରୁ ମାମଲା ଲୋକପାଳଙ୍କ ନିକଟରେ ପହଞ୍ଚିଥିଲା । ଏନେଇ ଲୋକାୟୁକ୍ତଙ୍କ ମାମଲା ନମ୍ବର ଏଲୱାଇ ୪୯/୨୦୨୩ ଆଧାରରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ଲୋକପାଳଙ୍କ ଦନ୍ତକାରୀ ଦୁଇଜଣିଆ ଟିମ ବିଦେଇପୁର ସେବା ସମବାୟ ସମିତି ବିରସ ଠାରେ ପହଞ୍ଚିଥିଲେ ।

ଏହି ଖବରପାଇବା ପରେ ବାସୁଦେବପୁରର ବିଭିନ୍ନ ଅଞ୍ଚଳର ଶତାଧିକ ଚାଷି ସେଠାରେ ପହଞ୍ଚି ନିଜର ଦୁଃଖ ବଖାଣିଥିଲେ । ଧାନମଣ୍ଡି ହେଉ ଅଥବା ମିଲରମାନେ ଚାଷୀମାନଙ୍କୁ ଧାନବସ୍ତା ଯୋଗାଇ ନଦେବା ସହ ସେବାବଦକୁ ଚାଷି ପାଇବାକୁ ଥିବା ଅର୍ଥରାଶିକୁ ହଡପ କରାଯାଇଛି ବୋଲି ବଖାଣିଥିଲେ । ଧାନମଣ୍ଡି ହେଉ ଅଥବା ଚାଷି ତାର ଘରୁ ଧାନ ନେଇ ଓଜନ କରି ମିଲରମାନଙ୍କୁ ଦେବା ପରେ ପରିବହନ ଖର୍ଚ୍ଚ ସହିତ ଲୋଡ ଓ ଅନଲୋଡ ଖର୍ଚ୍ଚ ପ୍ରଦାନ ନକରିବା ସଂପର୍କରେ ନିଜର ଦୁଃଖ ବଖାଣିଥିଲେ ।

ଏପରିକି ଯୋଗାଣ ବିଭାଗ ପକ୍ଷରୁ ଟାଳଟୁଳ ନିତୀ ଓ ମିଲରମାନଙ୍କ ମୁନାଫାଖୋର ନିତି ପାଇଁ ସରକାରୀ ଧାର୍ଯ୍ୟ ଦରଠାରୁ କମ ଦରରେ ଦଲାଲମାନଙ୍କୁ ଧାନ ବିକିବା କେମିତି ବାଧ୍ୟ ହେଉଛି, ଟାର୍ଗେଟ ଆସିବା ପରେ ମିଲରମାନେ ଧାନ ନକିଣିବା ସଂପର୍କରେ ନିଜର ଦୁଃଖ ବଖାଣିଥିଲେ । ଏହି ସମୟରେ ଭଦ୍ରକ ଯୋଗାଣ ବିଭାଗର କେତେଜଣ କର୍ମଚାରୀଙ୍କ ସହିତ ବାସୁଦେବପୁର ଯୋଗାଣ ବିଭାଗର ପୁର୍ବତନ ଅଧିକାରୀ ଉପସ୍ଥିତ ଥିଲେ । ଚାଷିଙ୍କ ଦୁଃଖ ଓ ଅସନ୍ତୋଷକୁ ନେଇ ଆସୁଥିବା ପ୍ରଶ୍ନର ଉତ୍ତରରେ ଯୋଗାଣ ବିଭାଗର କର୍ମଚାରୀମାନେ ଲୋକାୟୁକ୍ତଙ୍କ ତଦନ୍ତକାରୀ ଦୁଇଜଣିଆ ଦଳଙ୍କ ସମ୍ମୁଖରେ ଥମଥମ ହେବାର ଘଟଣା ଦେଖିବାକୁ ମିଳିଥିଲା । ତେବେ ଏହିପରି ଦୁର୍ଦ୍ଦଶାର କେବେ ଅନ୍ତ ଘଟିବା ସହ ଚାଷିକୁ ତାର ଉପଯୁକ୍ତ ଅର୍ଥରାଶି ମିଳିପାରିବାକୁ ନେଇ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.