ଫିଲ୍ମ ଷ୍ଟାଇଲରେ ରାଜଧାନୀରେ ଅଳଙ୍କାର ଦୋକାନରୁ ଚୋରି: ଗୁଳି ଫୁଟାଇ ଲୁଟିନେଲେ ସୁନା ଗହଣା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆସିଲେ, ଫୁଟେଇଲେ ,ଲୁଟିଲେ । ଦିନ୍ଦ୍ରୀପ୍ରହରେ ରାଜଧାନୀ ଉପକଣ୍ଠ ରେ ଲୂଟ । ବାଇକ ରେ ୨ଜଣ ଲୁଟେରା ଆସି ସାଗରିକା ସୁନା ଦୋକାନ ରୁ ଲୁଟିଲେ । ବନ୍ଧୁକ ଫୁଟାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୂଟ । ଘଟଣା ର ସମସ୍ତ ଚିତ୍ର ସିସିଟିଭି ରେ କଏଦ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ । ଘଟଣା ଘଟିଛି ଜଟଣୀ ଥାନା ଅଧିନ ଯାଆଁଳା ଛକରେ। ଲୂଟ କରି ଫେରାର ହେଉଥିବା ସମୟ ରେ ଲୁଟେରା ଙ୍କ ବାଇକ ଷ୍ଟାର୍ଟ ହୋଇନଥିଲା । କିଛି ବାଟ ଗାଡି କୁ ଗଡେଇକି ନେଲା ବେଳେ ଜଣେ କୋରିୟର ପିଲା ଠାରୁ ବନ୍ଧୁକ ଫୁଟାଇ ବାଇକ ନେଇ ଫେରାର ଖୋର୍ଦ୍ଧା ଆଡ଼କୁ ଫେରାର ହୋଇଯାଇଥିଲେ ।

ଘଟଣା ସ୍ଥଳରୁ ପୋଲିସ ଲୂଟ ରେ ବ୍ୟବହୃତ ବାଇକ କୁ ଜବତ କରିବା ସହ ଖୋର୍ଦ୍ଧା ଓ ଭୁବନେଶ୍ୱର ରେ ନାକା କରି ଲୁଟେରାଙ୍କ ଖୋଜୁଛି ପୋଲିସ । ଘଟଣା ସ୍ଥଳରେ ଫରେନ୍ସିକ ଟିମ ,ଯୋନ ଏସିପି ଓ ଜଟଣୀ ଥାନା ଅଧିକାରୀ ପହଂଚି ତଦନ୍ତ କରୁଛନ୍ତି । ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୂଟ ହୋଇଥିବା ଦୋକାନୀ ମାଲିକ କହିଛନ୍ତି । ଘଟଣାର ସମସ୍ତ ଚିତ୍ର ସିସିଟିଭି ରେ କଏଦ ହୋଇଛି ।

 

Leave A Reply

Your email address will not be published.