କାଲି ଫେରିବ କାଳିଆ ସମ୍ପତି ।

0

୧୮.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ଆସନ୍ତାକlଲି ଫେରୁଛି ଶୀଜଗନ୍ନାଥଙ୍କର 545 କୋଟି ଟଙ୍କା l ଏସ ବ୍ୟାଙ୍କ ଦେବାଳିଆ ପରିସ୍ତିତିକୁ ଆସିଯିବାପରେ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ନେଇ ପ୍ରଶ୍ନବଚି ସୃଷ୍ଟି ହୋଇଥିଲା l ଶୀ ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ କି ନାହିଁ ସେ ନେଇ ଆସ ଆଶଙ୍କାରେ ଥିଲେ ରଜ୍ୟବାସୀ l ଜଗନ୍ନାଥଙ୍କ ଟଙ୍କାକୁ ନେଇ ବିରୋଧୀ ମଧ୍ୟ ଘେରିଥିଲେ ସରକାରଙ୍କୁ ଏନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଗୃହରେ ବିବୃତି ରଖିଥିଲେ l ଆଜି ସଂଧ୍ୟା ୬ଟାସୁଦ୍ଧା ପୁନଃ କାର୍ଯ୍ୟକ୍ଷମ ହେଉଛି ୟେସ୍ ବ୍ୟାଙ୍କ। ଜଗନ୍ନାଥଙ୍କ ଟଙ୍କା ଗତ ମାର୍ଚ୍ଚ ମାସ 19 ତାରିଖରେ ଏସ ବ୍ୟାଙ୍କ୍ ରେ ଜମା କରାଯାଇଥିଲା । ଆସନ୍ତା କଲି ତାହାର ମାଚ୍ୟୁରିଟି ପୂରିଯାଉଛି l ୟେସ୍ ବ୍ୟାଙ୍କରୁ ଉଠାଇ ଏହି ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରେ ରଖାଯିବ l ଏହି ଟଙ୍କା ଇ-ଟ୍ରାନ୍ସଫର ଜରିଆରେ ଫେରିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା l

Leave A Reply

Your email address will not be published.