ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଡେରାବିଶ ରେ ଚାଞ୍ଚଲ୍ୟ | ବନ୍ଧୁକ ମୁନ ରେ ଝିଅ କୁ ଉଠାଇ ନେଲେ ବାପ ଘର ଗୁଣ୍ଡା | ଡେରାବିଶ ଥାନା ଅନ୍ତର୍ଗତ ପଲେଇ ଗ୍ରାମ ର ଅଭିମନୁ ଲେଙ୍କା ନାମକ ଯୁବକ ଭୁବଵେଶ୍ୱର ପାଣ୍ଡରା ଅଞ୍ଚଳ ର ଆୟେଶା ପଟନାୟକ ଙ୍କୁ ଗତ ନଅ ତାରିଖ ରେ ପ୍ରେମ ବିବାହ କରିଥିଲେ | ପୂର୍ବରୁ ଉଭୟ ଙ୍କ ର ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା | ଏ ବିବାହ ରେ ଉଭୟ ପକ୍ଷ ଙ୍କ ଘର ଲୋକେ ରାଜି ନଥିଲେ | ତେଣୁ ଅଭିମନୁ ଲେଙ୍କା ସ୍ତ୍ରୀ ଆୟେଶା ଙ୍କୁ ନେଇ ଡେରାବିଶ ବିଷକ ଗ୍ରାମ ରେ ରହିଥିଲେ |
ଆୟେଶା ଙ୍କ ଘର ଲୋକେ ଏ ନେଇ ପଞ୍ଚେଶ୍ୱର ଥାନା ରେ ଏକ ମିସିଙ୍ଗ କେଶ କରିଥିଲେ.ଏପଟେ ଅଭିମନୁ ଙ୍କ ବାପା ମଧ୍ୟ ଡେରାବିଶ ଥାନା ରେ ପୁଅ ନିଖୋଜ ଥିବା ଅଭିଯୋଗ କରିଥିଲେ | ଦୁଇ ପ୍ରେମୀ ଯୁଗଳ କୋର୍ଟ ମ୍ୟାରେଜ କରିବା ପରେ ଥାନ କୁ ଯାଇ ନିଜ ବୟାନ ଦେଇଥିଲେ | ଦୁହେଁ ସାବାଳକ ଥିଲେ ଓ ଆୟେଶା ନିଜ ଇଚ୍ଛାରେ ଘର ଛାଡି ଆସିଛନ୍ତି ବୋଲି ବୟାନ ଦେବା ସହ ସ୍ୱାମୀ ପାଖରେ ରହିବେ ବୋଲି କହିଥିଲେ | ଫଳରେ ପୋଲିସ ଦୁଇ ପ୍ରେମୀ ଯୁଗଳ ଙ୍କୁ ଏକାଠି ରହିବାକୁ ଅନୁମତି ଦେଇଥିଲେ ଓ ଦୁହେଁ ବିଷକ ଗ୍ରାମ ରେ ରହୁଥଲେ |
କିନ୍ତୁ ଗତ ତେଇଶି ତାରିଖ ଦିନ ଝିଅ ଆୟେଶା ର ବାପା ଗୌତମ ପଟନାୟକ, ମା ଅନୁସୟା ପଟନାୟକ ଓ ତାଙ୍କର କିଛି ସହଯୋଗୀ ଗୁଣ୍ଡା ବିଳମ୍ବିତ ରାତି ରେ ପଶି ଫିଲ୍ମ ଷ୍ଟାଇଲ ରେ ଅଭିମନୁ ଲେଙ୍କା ଙ୍କୁ ବନ୍ଧୁକ ଦେଖାଇ ଡରାଇ ଧମକାଇ ସ୍ତ୍ରୀ ଆୟେଶା ପଟନାୟକ ଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ | ପରେ ଅଭିମନୁ ନିଜ ଶାଶୁ ଶଶୁର ଓ ତାଙ୍କ ସହଯୋଗୀ ଗୁଣ୍ଡା ଙ୍କ ନାମରେ ଡେରାବିଶ ଥାନା ରେ ସ୍ତ୍ରୀ ଅପହରଣର ଅଭିଯୋଗ ଆଣିଛନ୍ତି |ଝିଅ ଆୟେସl ଙ୍କ ବାପା ଜଣେ ଅବସର ପ୍ରାପ୍ତ ରିଡର ଥିବା ବେଳେ ଝିଅ ର ମା ଏକ ଘରୋଇ ନର୍ସିଂହୋମ ରେ ଚାକିରି କରିଛନ୍ତି |