ଶଙ୍ଖା ସିନ୍ଦୁର ଧରି ପ୍ରେମିକର ଘର ସାମ୍ନାରେ ପ୍ରେମିକାର ଧାରଣା, ବିବାହ ପ୍ରତିଶ୍ରୁତି ଦେବାରୁ ସ୍ୱାମୀଙ୍କୁ ଛାଡି ପ୍ରେମିକ ସହିତ ପଳେଇ ଯାଇଥିଲେ ପ୍ରେମିକା
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରେମିକର ଘର ସାମ୍ନାରେ ଶଙ୍ଖା ସିନ୍ଦୁର ଧରି ପ୍ରେମିକାର ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ । କଙ୍କଡାହାଡ଼ ଥାନା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଭଦଳିଆ ସାହିରେ ଏ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରେମିକ ଶ୍ରୀବତ୍ସ ଗୁରୁ ପ୍ରେମିକା ମିତା ସିଂହକୁ ଆଜକୁ ୧୪ ବର୍ଷ ହେବ ଭଲ ପାଇ ଆସୁଥିଲା ଅଭିଯୋଗ କରି ଶଶୁର ଘର ସମ୍ମୁଖର ବସିରହିଛି । ଏପରିକି ପ୍ରାୟ ଦଶ ବର୍ଷ ହେବ ପ୍ରେମିକା ମିତା ସହିତ ଶ୍ରୀବତ୍ସ ଶାରୀରିକ ସମ୍ପର୍କ ରଖି ଆସୁଥିଲା ।
ତେବେ ପରିବାର ଲୋକେଙ୍କ କଥାରେ ମିତା ୨୦୨୧ ମସିହାରେ କଙ୍କଡାହାଡ଼ ଥାନା ଡଙ୍ଗାପାଳ ଗାଁରେ ବିବାହ କରିଥିଲେ । ବିବାହର ମାତ୍ର ୪ରୁ ୫ମାସ ପରେ ପ୍ରେମିକ ଶ୍ରୀବତ୍ସର କଥାରେ ପଡି ସ୍ୱାମୀଙ୍କୁ ଛାଡି ପଳେଇ ଯାଇଥିଲେ ମିତା । ପ୍ରଥମେ ଚେନ୍ନାଇ ଓ ପରେ ମହାରାଷ୍ଟ୍ରର ଏକ ଚକୋଲେଟ କମ୍ପାନିରେ କାମ କରିଥିଲେ ମିତା ଓ ଶ୍ରୀବତ୍ସ । ଏପରିକି ଉଭୟେ ଲିଭିଙ୍ଗ ଟୁଗେଦରରେ ସ୍ୱାମୀ ସ୍ତ୍ରୀ ଭାବେ ରହି ଆସୁଥିଲେ । ଏବଂ ମିତାକୁ ଓଡିଶା ଗଲେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଗତ ୧୦ ତାରିଖ ଦିନ ଉଭୟେ ମହାରାଷ୍ଟ୍ରରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଶ୍ରୀବତ୍ସ ଚକମା ଦେଇ ମିତାକୁ ଛାଡି କେଉଁ ଆଡେ ପଳେଇ ଯାଇଥିଲେ ।
ଯାହାକୁ ନେଇ ମିତା କଙ୍କଡାହାଡ଼ ଥାନାର ଦ୍ୱାରାସ୍ତ ହେବା ସହ ନ୍ୟାୟ ପାଇଁ ଶ୍ରୀବତ୍ସଙ୍କ ଘର ସାମ୍ନାରେ ଶଙ୍ଖା ସିନ୍ଦୁର ନେଇ ଧାରଣାରେ ବସିଛନ୍ତି । ଏ ନେଇ ଜବାବ ରଖିଛନ୍ତି ଶ୍ରୀବତ୍ସଙ୍କ ବାପା ପଙ୍କଜ ଗୁରୁ । ସେ ଏ ବିଷୟରେ କିଛି ଜାଣିନାହାନ୍ତି । ଏବଂ ଯଦି ଉଭୟେ ବିବାହ କରିବାକୁ ଚାହୁଁଥିଲେ ତେବେ ମତେ କାହିଁକି କହିଲେ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି । ଏହି ଭଳି ଅଭାବନୀୟ ଘଟଣା ୧୭ ତାରିଖ ଦିନ ଘଟିଥିଲା । ଘଟଣା ସ୍ଥଳରେ କଙ୍କଡ଼ାହାଡ଼ ପୋଲିସ ପହଞ୍ଚି ପିଡିତାକୁ ବୁଝାସୁଝା କରିବା ସହ ତାର ଡାକ୍ତରି ପରିକ୍ଷା କରାଇଛି । ପୋଲିସ ପକ୍ଷରୁ ପିଡିତାକୁ ସମସ୍ତ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛି।