ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପୁଣି ଓଡ଼ିଶା ମୁହାଁ ହେଉଛି ଲଘୁଚାପ। ଏହାର ପ୍ରଭାବରେ ଆସନ୍ତା ୨୯ ତାରିଖରୁ ପୁଣି ବଢିବ ବର୍ଷାର ପରିମାଣ । ଆଜି ଅପରାହ୍ନ ସୁଦ୍ଧା ବାରିପଦାରେ ସର୍ବାଧିକ ୫୮ ମି.ମି., ଝାରସୁଗୁଡ଼ାରେ ୨୯.୨ ମି.ମି ବର୍ଷା ହୋଇଛି । ଚଳିତ ମୌସୁମୀ ଋତୁ ଜୁନ ୧ରୁ ୨୫ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ମୋଟ ୧୦୯୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଅନ୍ୟ ପକ୍ଷରେ ତିନିଟି ଜିଲା ଝାରସୁଗୁଡ଼ା (୧୪୪୩.୮ ମି.ମି.), ଢେଙ୍କାନାଳ (୧୨୮୮.୭ ମି.ମି) ଏବଂ ବୌଦ୍ଧ (୧୨୪୨.୮ ମି.ମି.) ରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଛି । କେନ୍ଦ୍ରାପଡ଼ା (୮୦୮.୭ମି.ମି.) ଏବଂ ନବରଙ୍ଗପୁର (୧୦୦୦.୫ ମି.ମି.)ରେ ନିଅଣ୍ଟିଆ ସ୍ଥିତି ରହିଛି । ହେଲେ ବାକି ୨୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ।
ଆସନ୍ତାକାଲି ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି ।