ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଆସନ୍ତା ୨୮ ତାରିଖ ଅର୍ଥାତ ଆସନ୍ତା କାଲି ପଡୁଛି କୁମାର ପୂର୍ଣ୍ଣିମା । ଆଉ ଏଥର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ। ତେବେ ଚନ୍ଦ୍ର ଗ୍ରହଣ ଥିବାରୁ ନିତିକନ୍ତିକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି । କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିଷ ମତ ଦେଇଛନ୍ତି ।

ଚନ୍ଦ୍ର ଗ୍ରହଣ ଲାଗିବ ରାତି ୧ଟା ୪୪ମିନିଟ୍‌ ୫ସେକେଣ୍ଡରେ । କିନ୍ତୁ ୪ଟା ୫ମିନିଟ୍‌ ପୂର୍ବରୁ କୁମାରୀମାନେ ସମସ୍ତ ପୂଜା କାମ ସାରିବେ । ୪ଟା ବେଳେ ଚନ୍ଦ୍ର ଦର୍ଶନ କରିବେ । ତା’ପରେ ଚନ୍ଦ୍ର ଦର୍ଶନ ନିଷେଧ । ରାତି ୨ଟା ୨୩ମିନିଟ୍‌ ଯାଏ ସମସ୍ତ ଶୁଭକାର୍ଯ୍ୟ, ଦେବନୀତି ବାରଣ କରାଯାଇଛି । ରାହୁ ଗ୍ରସ୍ତ ଆଶିଂକ ଚନ୍ଦ୍ର ଗ୍ରହଣ ପାଇଁ ଚନ୍ଦ୍ର ଦର୍ଶନ ପୂଜା ସନ୍ଧ୍ୟା ପୂର୍ବରୁ କରିବାକୁ ପରାମର୍ଶ ଦିଆଯାଇଛି ।ସେପଟେ ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ମା’ ସମଲେଇଙ୍କ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ଧ୍ୱଜାରୋହଣ ଓ ନୀତିକାନ୍ତି ସମୟରେ ପରିବର୍ତ୍ତନ କରାଯାଇଛି। ପ୍ରତିବର୍ଷ ରାତି ସମୟରେ ଧ୍ୱଜାରୋହଣ ଅର୍ଥାତ୍‌ ମନ୍ଦିର ଚୁଡ଼ାରେ ଲାଗିଥିବା ପୁରୁଣା ପତାକାକୁ ଅପସାରଣ କରି ନୂଆ ପତାକା ଲଗାଯାଇଥାଏ ।

ଚନ୍ଦ୍ରଗ୍ରହଣ ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ଏସିଆ, ୟୁରୋପ, ଆଫ୍ରିକା, ପୂର୍ବ ଦକ୍ଷିଣ ଆମେରିକା, ଉତ୍ତର ପୂର୍ବ ଉତ୍ତର ଆମେରିକାରେ ଦୃଶ୍ୟମାନ ହେବ। ଆସନ୍ତାକାଲି ରାତିରେ ଲାଗୁଥିବା ଚନ୍ଦ୍ରଗ୍ରହଣ ଭାରତର ସମସ୍ତ ସ୍ଥାନରୁ ମଧ୍ୟରାତ୍ରରେ ଦୃଶ୍ୟମାନ ହେବ। ପରବର୍ତ୍ତୀ ଚନ୍ଦ୍ର ଗ୍ରହଣ ୨୦୨୫ ସେପଟେମ୍ବର ୭ରେ ଦୃଶ୍ୟମାନ ହେବ ।

Leave A Reply

Your email address will not be published.