ଚନ୍ଦ୍ରଗ୍ରହଣ, ଦିନ ୧୨ଟା ୫୭ରୁ ପାକ ତ୍ୟାଗ

0

ଓଡ଼ିଆ ନ୍ୟୁଜ୍:  ୭ ତାରିଖ ରବିବାର ଚନ୍ଦ୍ରଗ୍ରହଣ ନେଇ ନୀତି ନିର୍ଘଣ୍ଟ।ଛତିଶା ନିଯୋଗ ବୈଠକରେ ହେଲା ନୀତି ନିର୍ଘଣ୍ଟ।ରବିବାର ଦିନ ୧୨ଟା ୫୭ରୁ ପାକ ତ୍ୟାଗ, ଦେବ ନୀତି ନିଷେଧ।ଗ୍ରହଣ ସ୍ପର୍ଶ ରାତି ୯ଟା ୫୭, ସର୍ବମୋକ୍ଷ ରାତି ୧ଟା ୨୭।ସର୍ବମୋକ୍ଷ ପରେ ରାତି ୨ଟାରେ ଦ୍ବାରଫିଟା ନୀତି।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୭ ତାରିଖ ଦିନ ୧୨ଟା ସୁଦ୍ଧା ନୀତିନିର୍ଘଣ୍ଟ ଶେଷ କରାଯିବ। ଏହା ପରେ ୧୨ଟା ୫୭ରୁ ପାକ ତ୍ୟାଗ କରାଯିବ। କୌଣସି ଦେବ ନୀତି କରାଯିବ ନାହିଁ। ଗ୍ରହଣ ସ୍ପର୍ଶ ରାତି ୯ଟା ୫୭ରେ ହେବାକୁ ଥିବା ବେଳେ ସର୍ବମୋକ୍ଷ ରାତି ୧ଟା ୨୭ଟାରେ ହେବ। ରାତି ୨ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ସେହିପରି ୨ଟା ୪୦ରେ ମଙ୍ଗଳ ଆରତୀ ହେବ। ଆସନ୍ତା ୧୫ ତାରିଖ ଠାରୁ ନାଟମଣ୍ଡପ ଠାରୁ ଧାଡ଼ି ଦର୍ଶନ ନେଇ ବୈଠକରେ ଆଲୋଚନା ହୋଇଛି।

Leave A Reply

Your email address will not be published.