ମଦୁରାଇ ଟ୍ରେନ ଦୁର୍ଘଟଣା, ଦୁଃଖ ପ୍ରକାଶ କଲେ ଯୋଗୀ ଆଦିତ୍ୟନାଥ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆଜି ପୁଣି ଟ୍ରେନରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡରେ ୧୦ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହେବା ସହ ୫୦ଯାତ୍ରୀ ଗୁରୁତର ହୋଇ ଚିତ୍କିସିତ ହେଉଛନ୍ତି । ମଦୁରାଇ ଟ୍ରେନ ଦୁର୍ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭିର ଦୁଃଖ ପ୍ରକାଶ କରିଛନ୍ତି। ମଦୁରାଇ ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ବୋଲି କହିବା ସହ ଯୋଗୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହିତ ଦୁର୍ଘଟଣାରେ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ଆହତମାନଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରିଥିଲେ ଏବଂ ତାଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ଗୃହ ବିଭାଗଙ୍କୁ ଏହି ଦୁର୍ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ, ୟୁପି ଲୋକଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ସ୍ଥାନୀୟ ଅଧିକାରୀ ତଥା ରେଳ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରିବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ମଦୁରାଇ ଦୁର୍ଘଟଣା ସମ୍ପର୍କରେ ଉତ୍ତର ପ୍ରଦେଶ ସରକାର ମଧ୍ୟ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି। ନମ୍ବରଟି ହେଲା ୧୦୭୦। ଏବେ ପର୍ୟ୍ୟନ୍ତ ଏହି ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚିଥିବା ବେଳେ ୫୦ ଜଣ ଆହତ ହୋଇଥିବା ଜଣାପଡିଛି।
ତାମିଲନାଡୁ ମଦୁରାଇ ଷ୍ଟେସନ ନିକଟରେ ଆଜି ଭୋରରୁ ଏକ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୯ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି। କିଛି ଯାତ୍ରୀ ଟ୍ରେନ୍‌ରେ ଅବୈଧ ଭାବେ ଗ୍ୟାସ୍‌ ସିଲିଣ୍ଡର ନେଇ ଯାଉଥିବା ବେଳେ ତାହା ଫାଟି ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାଯାଇଛି।

ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ତାମିଲନାଡ଼ୁର ରାମେଶ୍ୱରମ ଯାଉଥିବା ଟ୍ରେନ୍‌ଟଇ ଆଜି ସକାଳେ ତାମିଲନାଡ଼ୁର ମଦୁରାଇ ଷ୍ଟେଶନର ଜଙ୍କସନ୍‌ରେ ଅଟକିଥିଲା। ସେଠାରେ ପ୍ରାୟ ଭୋର ୫ଟା୧୫ରେ ଟ୍ରେନ୍‌ରେ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ନିଆଁ ଟ୍ରେନ୍‌ର ଗୋଟିଏ ବଗିକୁ ମାଡ଼ି ଯାଇଥିଲା। ଫଳରେ ଉକ୍ତ ବଗିରେ ଥିବା ଯାତ୍ରୀମାନେ ଜୀବନ ବଞ୍ଚାଇବାକୁ ଆକୁଳ ଚିତ୍କାର କରୁଥିଲେ। ଖବର ପାଇ ଦମକଳ ବାହିନୀ ପ୍ରାୟ ୫ଟା ୪୫ ମିନିଟ୍‌ରେ ଷ୍ଟେଶନରେ ପହଞ୍ଚିଥିଲେ। ଏହାପରେ ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ନିଆଁକୁ କାବୁ କରାଯାଇଥିଲା।

Leave A Reply

Your email address will not be published.