ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚର୍ଚ୍ଚାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ପରେ ରାଜ୍ୟ କଂଗ୍ରେସ ଏହାକୁ ଗ୍ରହଣ କରିପାରୁନାହାନ୍ତି। ଏବେ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ନଜର ରହିଛି।ଦ୍ରୌପଦୀ ମୁର୍ମୁଙ୍କୁ ମୋକିମ୍ ଭୋଟ ଦେବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା।ରାଷ୍ଟ୍ରପତି ନିର୍ବାଚନରେ ସାମ୍ବିଧାନିକ ଦୃଷ୍ଟିରୁ କୌଣସି ହ୍ବିପ ନାହିଁ। କିନ୍ତୁ ହାଇକମାଣ୍ଡଙ୍କ ନିଷ୍ପତି ମାନି ଭୋଟ ଦେବାର ଥିଲା। ଏଠି ମାଟି କଥା କୁହାଯାଉଛି। କିନ୍ତୁ ଯଶୱନ୍ତ ସିହ୍ନାଙ୍କୁ କଣ ବିହାରର ବିଜେପି ସଦସ୍ୟ ଭୋଟ ଦେଲେ କି ବୋଲି ପ୍ରଶ୍ନ କରିଛନ୍ତି। ଦଳର ଟିକେଟରେ ଜିତିଛନ୍ତି ,ତେଣୁ ଦଳ ନିଷ୍ପତି ମାନିବା କଥା। ସେହିପରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରତିକ୍ରିୟାରେ କହିଛନ୍ତି ଏହା ମୋକିମଙ୍କ ନିଜ ନିଷ୍ପତି। କିନ୍ତୁ କଂଗ୍ରେସର କର୍ମୀ ଭାବେ କହିବି ଠିକ୍ ହେଲାନି। ମୋର ଇଚ୍ଛା ଥିଲା ଓଡ଼ିଆ ଝିଅ ଭାବେ ଭୋଟ ଦେବାକୁ। କିନ୍ତୁ ହାଇକମାଣ୍ଡଙ୍କ ନିଷ୍ପତି ଅନୁସାରେ ଜଶୱନ୍ତ ସିହ୍ନାଙ୍କୁ ଭୋଟ ଦେଲୁ। ସେ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି ହାଇକମାଣ୍ଡ ନିଷ୍ପତି ନେବେ।
ଦଳୀୟ ଫୋରମ୍ ରେ କଥା ହେବି। ଏ ବିଷୟରେ କେହି କିଛି ଆଲୋଚନା କରି ନାହାନ୍ତି। ଚିଠି ପାଇଲେ ରିପୋର୍ଟ ଦେବି।ବିଜେଡିକୁ ଯିବା କେବଳ ସ୍ପେକୁଲେସନ୍। ଭାବି ଚିନ୍ତି ଭୋଟ ଦେଇଛି । ଓଡ଼ିଶାର ଗର୍ବ ଗୌରବ ଦୃଷ୍ଟିରୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ବି ସବୁ ବିଧାୟକ ଏକାଠି ଅଛୁ। ଗୃହରେ ମିଶିକି ଲଢ଼ୁଛୁ।
ଯଦିଓ ଦଳ ଛାଡିବା କଥାକୁ ଅସ୍ବୀକାର କରିଛନ୍ତି ମୋକିମ। କିନ୍ତୁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ମହମ୍ମଦ ମୋକିମଙ୍କ ଦଳ ଛାଡିବାର ପୂର୍ବଭାସ ବୋଲି କୁହାଯାଉଛି।