ଶ୍ରୀମନ୍ଦିରେ ମହାପଞ୍ଚକ ବ୍ରତ ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀମନ୍ଦିରରେ ପଞ୍ଚୁକ ନୀତି ଆରମ୍ଭ ହୋଇଛି । ବଡ ଏକାଦାଶୀରେ ଶ୍ରୀମନ୍ଦିରେ ମହାପଞ୍ଚକ ବ୍ରତ ଆରମ୍ଭ ହୋଇଛି । କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ଯାଏ ପାଞ୍ଚ ଦିନକୁ ପଞ୍ଚକ କୁହାଯାଏ । ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଛି । ମହାପ୍ରଭୁଙ୍କୁ ଏହି ସ୍ବତନ୍ତ୍ର ବେଶକୁ ଚର୍ମଚକ୍ଷୁରେ ଦେଖିବା ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଛି ।

ପଞ୍ଚକ ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ଲକ୍ଷ୍ମୀନାରାୟଣ ବେଶରେ ବିଭୂଷିତ ହେବେ । ଏହି ବେଶରେ ଶ୍ରୀଜଗନ୍ନାଥ ଶ୍ରୀଭୁଜରେ ଶଙ୍ଖ, ଚକ୍ର ଓ ଶ୍ରୀବଳଭଦ୍ର ହଳ ମୂଷଳ ଧାରଣ କରିବେ । ଶ୍ରୀମସ୍ତକରେ ସ୍ୱର୍ଣ୍ଣ କିରୀଟ ଶୋଭା ପାଇବ । ବରିଷ୍ଠ ଏବଂ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ୩ ସିଫ୍ଟରେ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମରିଚିକୋଟ ଛକଠାରୁ ସିଂହଦ୍ୱାର ଆଡକୁ କୌଣସି ଗାଡ଼ି ଛଡାଯିବ ନାହିଁ। କେବଳ ଭକ୍ତ ଏବଂ ଜନସାଧାରଣ ପାଦରେ ଚାଲି ଚାଲି ଯିବେ।ଅନ୍ୟପଟେ ଆଜି ପହିଲି ପଞ୍ଚୁକ ଥିବାବେଳେ ଆସନ୍ତା ଶନିବାର ବଡ଼ ଓଷା।

ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି କରାଯିବ ଗଜଭୋଗ ଓ ତରଣ। ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇଁ ବ୍ରତ ଉଦଯାପନ କରିଥାନ୍ତି।ସେଥିପାଇଁ ଆଜି ରାତି ୩ଟା ବେଳେ ଦ୍ୱାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି ପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ପହିଲି ପଞ୍ଚୁକରେ ବାବାଧବଳେଶ୍ୱର ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି। ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.