ଓଡ଼ିଆ ନ୍ୟୁଜ୍: ୧୫ରେ ଶିବରାତ୍ରି ପାଳନ ନେଇ କୌଣସି ଦ୍ଵନ୍ଦ୍ବ ନାହିଁ।ସୂଚନା ଦେଲେ ଲିଙ୍ଗରାଜ ମନ୍ଦିର ସୁପରଭାଇଜର। ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା ପରିକ୍ରମା ପଡ଼ିଥାଏ ସେହି ଦିନ ମହାଶିବରାତ୍ରି। ଫେବ୍ରୁଆରୀ ୧୫ ତାରିଖ ରାତି ସମୟରେ ଚତୁର୍ଦ୍ଦଶୀ ରହୁଛି ଓ ବେଢ଼ା ପଡୁଛି।୧୫ରେ ପାଳନ ହେବ ମହାଶିବରାତ୍ରି ଓ ରାତି ୧୦ଟାରେ ଉଠିବ ମହାଦୀପ।ବୈଠକ ପରେ ବ୍ରାହ୍ମଣ ନିଯୋଗ ସଭାପତି ଭାଗିରଥି ମହସୁଆର ସୂଚନା ଦେଇ କହିଛନ୍ତି, ଶୃଙ୍ଖଳିତ ମହା ଶିବରାତ୍ରି ପାଇ ମୁଖ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନିଷ୍ପତି ନିଆଯାଇଛି । ସେପଟେ ବୈଠକ ପରେ ଏକର ବିଧାୟକ ବାବୁ ସିଂ ଙ୍କ ସୂଚନା ଦେଇ କହିଛନ୍ତି, ଚଳିତ ବର୍ଷ ପାସ ସଂଖ୍ୟା କମା ଯିବା ପାଇ ନିଷ୍ପତି ହୋଇଛି। ବିଗତ ବର୍ଷ ୧୭୫୦ ବଣ୍ଟନ କରାଯାଇଥିବା ବେଳେ ଏ ବର୍ଷ ୧୦୦୦ରୁ ୧୨୦୦ ପାସ ବାଣ୍ଟିବାକୁ ନିଷ୍ପତି ହୋଇଛି।
ସେପଟେ ଗତ ବର୍ଷ ମହାଦୀପ ଅଘଟଣ ରୋକିବାକୁ ବଡ଼ ଯୋଜନା ହୋଇଛି। ମହା ଦୀପ ଉଠିବା ବେଳେ ଅଧିକ ସଂଖ୍ୟକ ସେବାୟତଙ୍କ ଉପସ୍ଥିତିକୁ ବାରଣ କରାଯାଇଛି। କେବଳ ଆବଶ୍ୟକତା ଅନୁଯାୟୀ ସେବାୟତ ଉପସ୍ଥିତ ରହିବେ। ଅନ୍ୟ ଲାଇନ ଦିପାଟ ମେଣ୍ଟ ସହ କାମ କରିବେ ନିର୍ଦ୍ଧାରିତ ରାତ୍ର୧୦ଟା ରେ ଉଠିବ ମହାଦୀପ। ତାପରେ ମହାପ୍ରଭୁଙ୍କ ଇଚ୍ଛା।