ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଏଥିପାଇଁ ଝାଡ଼ଖଣ୍ଡର ଦେଓଘର ବିମାନବନ୍ଦରରେ ସେ କିଛି ସମୟ ରହିଥିଲେ। ଏଥିଯୋଗୁଁ ଯୋଗୁଁ ତାଙ୍କ ଦିଲ୍ଲୀ ଫେରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ଫଳରେ ବିମାନଟି ଝାଡ଼ଖଣ୍ଡର ଦେଓଘର ବିମାନବନ୍ଦରରେ ଅଟକି ରହିଛି। ଏଥିଯୋଗୁ ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ବିଳମ୍ବିତ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବିହାର ଗସ୍ତରେ ଯାଇଥିଲେ। ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ (ଜନଜାତୀୟ ଗୌରବ ଦିବସ) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ବିହାରର ଜାମୁଇଠାରେ ଆଦିବାସୀମାନଙ୍କ ଲାଗି ଉଦ୍ଦିଷ୍ଟ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉନ୍ମୋଚନ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରହିଥିବା ବିମାନଟି ଦେଓଘର ବିମାନବନ୍ଦରରେ ରହିଥିଲା।
ଆଦିବାସୀ ନେତା ବିସ୍ରା ମୁଣ୍ଡାଙ୍କ ଜୟନ୍ତୀରେ ଆୟୋଜିତ ଜନଜାତି ଗୌରବ ଦିବସ ଉପଲକ୍ଷେ ସେ ୨ଟି ଜନସଭାରେ ଯୋଗ ଦେଇଥିଲେ। ଏସବୁ କାର୍ଯ୍ୟକ୍ରମ ସାରି ମୋଦୀ ନୂଆଦିଲ୍ଲୀ ଫେରିବାକୁ ଏୟାରପୋର୍ଟ ଯିବାବେଳେ ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ଥିଲା । ଏହାପରେ ବୈଷୟିକ ଟିମ ବିମାନର ତ୍ରୁଟି ସଜାଡ଼ିବାକୁ ଲାଗିଥିଲେ । ଏହି ସମୟରେ ଏୟାର ଟ୍ରାଫିକ କଣ୍ଟ୍ରୋଲର ପକ୍ଷରୁ ଅନୁମତି ନ ମିଳିବାର ତାଙ୍କ ହେଲିକପ୍ଟର ୨ ଘଣ୍ଟା ଅଟକି ରହିଥିଲା । ଆସନ୍ତା ୨୦ ତାରିଖରେ ଝାଡ଼ଖଣ୍ଡରେ ୨ୟ ପର୍ଯ୍ୟାୟ ଭୋଟଗ୍ରହଣ ହେବ ।