ଏମଭି ଗାଁରେ ପୋଲିସ ଛାଉଣୀ

0

ଓଡ଼ିଆ ନ୍ୟୁଜ୍: ଗତକାଲି ଏମଭି-୨୬ ଗାଁରେ ଗୋଟିଏ ଗୋଷ୍ଠୀ ଘର ଭାଙ୍ଗିବା ସହ ଘରକୁ ନିଆଁ ଲଗାଇ ଜାଳିଦେଇଛନ୍ତି। ଏମଭି-୨୬ ଗ୍ରାମରେ ପୁଲିସ ଛାଉଣୀ। ଗାଁ ଛାଡି ଲୋକେ ଅନ୍ୟତ୍ର ଚାଲିଗଲେ।ପୁଲିସ ପହଂଚି ସ୍ଥିତି ନିୟନ୍ତ୍ରଣାଧୀନ କରିଥିବା ବେଳେ ଆଜି ପୁଣି ବଢିଛି ଉତ୍ତେଜନା। ଗୋଟିଏ ଗୋଷ୍ଠୀର ଲୋକ ରାଖେଲଗୁଡା ନଦୀ କୂଳରେ ପାରଂପାରିକ ଅସ୍ତ୍ରଶସ୍ତ୍ର ଧରି ଏକତ୍ରିତ ହୋଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ମାଲକାନଗିରି ସଦର ମହକୁମାରେ ଏକତ୍ରିତ ହୋଇଛନ୍ତି।

ଏଣେ ଆଉ ଏକ ଗୋଷ୍ଠୀ ଏମଭି-୧୮ ଗାଁ ଉପରେ ଚଢ଼ାଉ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ପହଂଚି ସେମାନଙ୍କୁ ଅଟକାଇଥିବା ଜଣାପଡିଛି। ଜିଲ୍ଲାରେ ଉତ୍ତେଜନା ବଢୁଛି। ଶାନ୍ତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଗୋଷ୍ଠୀଙ୍କୁ ଡକାଯାଉଛି। ଏସପି ବିନୋଦ ପାଟିଲ ଏବଂ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମଧ୍ୟ ଘଟଣାସ୍ଥଳରେ ପହଂଚି ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.