ଓଡ଼ିଆ ନ୍ୟୁଜ୍: ଆଜି କଂଗ୍ରେସର ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା।ମଣ୍ଡିରୁ ଧାନ ନ ଉଠିବା ଦାବିରେ ବନ୍ଦ ପାଳନ।ଦୋକାନ, ବଜାର ଓ ଯାନଚଳାଚଳ ବନ୍ଦ ରଖିବାକୁ ଅନୁରୋଧ।କଂଗ୍ରେସ ସମସ୍ୟା ସମାଧାନ ଲାଗି ବଢିଛି ଅଣ୍ଟା । ଧାନ ମଣ୍ଡି ସମସ୍ୟା ଓ ରନ୍ଧନ ଗ୍ୟାସ ଅଭାବକୁ ନେଇ ଆଜି ୧୨ ଘଣ୍ଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ଫଳରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଆଜ ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ ରହିବା ସହ ଯାନ ବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି ।
ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ମାନେ ଆନ୍ଦୋଳନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଗତ ଦୁଇ ମାସର ଅଧିକ ସମୟ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ବସ୍ତା ପଡି ରହିଛି । ଚାଷୀଙ୍କୁ ଟୋକେନ ମିଳିଛି ହେଲେ ଧାନ ଉଠାଉ ନାହାନ୍ତି ସରକାର । କାଳବୈଶାଖି ବର୍ଷା ଯୋଗୁଁ ମଣ୍ଡିରେ ପାଣି ଜମିବା ସହ ଧାନ ସବୁ ଗଜା ହେବାକୁ ଲାଗିଛି । ଚାଷୀ ମାନେ ବାରମ୍ବାର ଚେତାବନୀ ଦେବା ପରେ ମଧ୍ୟ ପ୍ରଶାସନ ଧାନ ନ କିଣିବାରୁ ଶେଷରେ ଏହି ଏହି ଆନ୍ଦୋଳନ ଆରମ୍ଭ ହୋଇଛି ।