ଓଡ଼ିଆ ନ୍ୟୁଜ୍: ଏପ୍ରିଲ ୨୩ ଏବଂ ଏପ୍ରିଲ୍ ୨୯ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଦଳ ନିଜ ନିଜର ପ୍ରାର୍ଥୀଙ୍କ ତାଲିକା ଜାରି କରୁଛନ୍ତି । ସୋମବାର ବିଜେପି ୧୪୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ଟିଏମସି ୨୯୧ ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିଛି । ବାକି ୩ଟି ଆସନରେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା ହେବ ।
ମୋଟ ୨୯୪ ଆସନ୍ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏପ୍ରିଲ ୨୩ରୁ ଆରମ୍ଭ ହେବାକୁ ଯାଉଛି । ଶାସକ ଟିଏମସି ପୁଣ ଥରେ ସରକାର ଗଢ଼ିବାକୁ ଆଶା ରଖିଥିବା ବେଳେ ବିଜେପି ଶାସନ ପରିବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ନିର୍ବାଚନରେ ନନ୍ଦୀଗ୍ରାମରୁ ଲଢ଼ିବେ ନାହିଁ ।