ଓଡ଼ିଆ ନ୍ୟୁଜ୍: ସଲ୍ଟ ଲେକ୍ ଷ୍ଟାଡିୟମ ବିଭ୍ରାଟ; ମେସିଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମମତା। ମେସି ଓ ତାଙ୍କ ହଜାର ହଜାର ସମର୍ଥକଙ୍କୁ ‘ଏକ୍ସ’ରେ କ୍ଷମା ମାଗିଲେ।ଷ୍ଟାଡିୟମରେ ବିଶୃଙ୍ଖଳା ପାଇଁ ତଦନ୍ତ କମିଟି ଗଠନ କରିଛି ଜଣାଇଲେ। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅସିମ କୁମାର ରାୟଙ୍କ ଅଧ୍ୟକ୍ଷତାରେ କମିଟି।ତିନି ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି ଷ୍ଟାର୍ ଫୁଟବଲ୍ ଖେଳାଳୀ ଲିଓନେଲ୍ ମେସି। ସଲ୍ଟ ଲେକ୍ ଷ୍ଟାଡିୟମରେ ଶ୍ରୀଭୂମି ସ୍ପୋଟିଂ କ୍ଲବ ପକ୍ଷରୁ ଏକ ୭୦ ଫୁଟିଆ ମେସୀଙ୍କ ଷ୍ଟ୍ୟାଚୁ ନିର୍ମାଣ କରାଯାଇଛି, ଯାହାକୁ ଉଦଘାଟନ କରିଛନ୍ତି ମେସି। ମେସିଙ୍କ ଗସ୍ତକୁ ନେଇ ଫୁଟବଲ୍ ପ୍ରେମୀଙ୍କ ସହ ସିଟି ଅଫ୍ ଜୟରେ ପ୍ରବଳ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ତାଙ୍କୁ ଦେଖି ନପାରିବାରୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି।
ତେବେ ମେସି ଶୋ’ରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ପରେ ରଣକ୍ଷେତ୍ର ପାଲଟିଥିଲା ଷ୍ଟାଡିୟମ୍ । ସେପଟେ ଅଧାବାଟରୁ ଫେରିଆସିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ଘଟଣାକୁ ନେଇ ମମତା ବାନାର୍ଜୀ ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଏକ ତଦନ୍ତ କମିଟି ଗଠନ ଘୋଷଣା କରିଛନ୍ତି । ଆଜି ସଲ୍ଟ ଲେକ୍ ଷ୍ଟାଡିୟମରେ ଘଟିଥିବା ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ମୁଁ ଗଭୀର ଭାବରେ ବିଚଳିତ ଓ ମର୍ମାହତ । ବାନାର୍ଜୀ ସୋସିଆଲ ମିଡିଆ ସାଇଟ୍ X ରେ ଲେଖିଛନ୍ତି।