ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାରିବାରିକ ଗଣ୍ତଗୋଳ ସମାଧାନ କରିବାକୁ ଯାଇ ପୁଲିସ୍ କୁ ର୍ନିଘାତ ପ୍ରହାର । ମୁଣ୍ଡ ଫାଟିଲା ଚେତା ଶୂନ୍ଯ ହେଲେ କନେଷ୍ଟବଳ ବାବୁ । କାଠ ଫାଳିଆ ରେ ମାରଣାନ୍ତକ ଆକ୍ରମଣ ଯୋଗୁଂ ଗୁରୁତର ଅବସ୍ଥାରେ ବାଲେଶ୍ର ହସପିଟାଲ ରେ ଭର୍ତ୍ତି ହେଲେ ସାର୍ଥା ଫାଣ୍ତି କନେଷ୍ଟବଳ ଅଜୟ ସିଂ । ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା , ସୂଚନା ଅନୁଯାୟୀ ଆଜି ଏହି ଗ୍ରାମର ବୈର ଦଳେଇ ଙ୍କର କୌଣସି କଥା କୁ ନେଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଝଗଡା ହୋଇଥିଲା , ଏହାପରେ ବୈର ତାଙ୍କ ସ୍ତ୍ରୀ ଙ୍କୁ ଏକ ଠେଙ୍ଗା ରେ ନିସ୍ତୁକ ପିଟିବା ପରେ ସେ ଜୀବନ ବଞ୍ଚାଇବା ପାଂଇ ନିକଟରେ ଥିବା ସାର୍ଥା ଫାଣ୍ତି କୁ ଦୌଡି ଆସି ପୋଲିସ କୁ ଜଣାଇଥିଲେ।
ପୋଲିସ ଘଟଣା ବିଷୟରେ ଜାଣିବା ପାଂଇ ବୈରୀ ଙ୍କ ଘରକୁ ଯାଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଆପୋଷ ସମାଧାନ କରିବା ପାଂଇ କଥା ବାର୍ତ୍ତା ହେଉଥିବା ବେଳେ ନିଶାସକ୍ତ ଅବସ୍ଥାରେ ଥିବା ବୈରୀ ପୋଲିସ କୁ ଆକ୍ରମଣ କରିବା ସହ ଏକ କାଠ ଫାଳିଆ ରେ କନେଷ୍ଟବଳ ଅଜୟ ସିଂ ମୁଣ୍ତରେ ଜୋର ରେ ପ୍ରହାର କରିଥିଲେ , ସେ ଘଟଣା ସ୍ଥଳରେ ଚେତାଶୂନ୍ୟ ହୋଇଯିବା ପରେ ଅନ୍ୟ ପୋଲିସ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି । , ସିଂଲା ପୋଲିସ ଏହି ଘଟଣା ରେ ଆକ୍ରମଣ କରିଥିବା ଦୁଇ ଭାଇ ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ପୋଲିସ ର ମାଡ ଖାଇବା ଘଟଣା ଏବେ ସମଗ୍ର ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।