ବାରିକପୁର : ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଜେନା ସାହି ରାସ୍ତା ଠାରୁ ଧଳସାହି ରାସ୍ତାଟି ଚଳିତବର୍ଷ ମନରେଗା ଯୋଜନାରେ କାର୍ଯ୍ୟ ହେଉଥିଲା । କାର୍ଯ୍ୟରେ ନିୟୋଜିତ ଥିବା ମଷ୍ଟରରୁଲ ଜବକାର୍ଡଧାରୀ ମାନେ ଏଯାଏଁ ପ୍ରାପ୍ୟ ପାଇନଥିବାବେଳେ ସେମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଠାରେ ଇମେଲ ଯୋଗେ ଅଭିଯୋଗ କରିଥିଲେ । ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଖ୍ୟା୧୪୨୨ତା-୯-୭-୨୦୨୧ରେ ବିଡିଓଙ୍କୁ ଅବଗତ କରାଯାଇଥିଲା । ଏପଟେ ମଷ୍ଟରରୁଲ ଜବକାର୍ଡଧାରୀ ମୀତାରାଣୀ କୁଅଁର ସାତଦିନ କାର୍ଯ୍ୟ କରିଥିବାବେଳେ ଅଜୟ ନାୟକ ୧୦ଦିନ କାର୍ଯ୍ୟ କରି ପ୍ରାପ୍ୟ ପାଇନଥିବା ଜଣାପଡିଛି । ଏହିଭଳି ଆହୁରି ଅନେକ ଶ୍ରମିକଙ୍କୁ ମଧ୍ୟ ପ୍ରାପ୍ୟ ମିଳିନଥିବାରୁ ସେମାନେ ବ୍ଲକ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହୋଇଛନ୍ତି । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ମଧ୍ୟ ଅଭିଯୋଗ ହୋଇଥିବା ଜଣାପଡିଛି । ଆଶ୍ଚର୍ଯ୍ୟର କଥା ସମସ୍ତ ମଷ୍ଟରରୁଲ ଜବକାର୍ଡଧାରୀଙ୍କୁ ଏନଆରଇଜିଏସ ଅନଲାଇନରେ ତା-୧୪-୬-୨୧ ରେ ଅର୍ଥ ପଠାଇଥିବା ବିଡିଓ ଶ୍ରମ କାର୍ଯ୍ୟାଳୟକୁ ଜଣାଇଛନ୍ତି । ସେ ଯାହାବି ହେଉଁ ସତ ମିଛର ଖେଳ ମଧ୍ୟରେ ଜବକାର୍ଡଧାରୀଟିଏ ଏବେ କାମ ସରିବାର ଅନେକ ଦିନ ହେବ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଥିବାରୁ ଯୋଜନାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଶ୍ରମିକ ମାନେ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି କହିଛନ୍ତି ।
ରିପୋର୍ଟ – ଦୁର୍ଯ୍ୟଧନ ଲେଙ୍କା , ଭଦ୍ରକ